
ଭୁବନେଶ୍ୱର, ୧୫ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ସର୍ବାଧିକ ୨୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବରଗଡ଼ ଜିଲ୍ଲାର ଝାରବନ୍ଧରେ ୧୮.୦, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୧୮.୦, ବେଲପଡାରେ ୧୭.୦, ନୂଆପଡ଼ା ଜିଲ୍ଲାର ନୂଆପଡ଼ାରେ ୧୫.୦, ବଲାଙ୍ଗିର ଜିଲ୍ଲାର ତୁରେଇକେଲାରେ ୧୩.୦, ଗଜପତି ଜିଲ୍ଲାର ଆର.ଉଦୟଗିରିରେ ୬.୩, ବରଗଡ଼ ଜିଲ୍ଲାର ପାଇକମାଳରେ ୪.୦, କନ୍ଧମାଳ ଜିଲ୍ଲାର ରାଇକିଆରେ ୩.୪, କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ୨.୬, ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ୨.୨, ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲରେ ୨.୦ ଏବଂ ଗଜପତି ଜିଲ୍ଲାର ନୂଆଗଡ଼ରେ ୧.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ