
ଜୟପୁର, ୧୫ ମଇ(ହି.ସ.) – ଜୟପୁର ସହର ହାଇଦ୍ରାବାଦ ଲାଇନ୍ରେ ବେକରେ ଦଉଡ଼ି ଦେଇ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ମନୁ ଖାନ୍ନ(୩୦)। ନିଜ ଘର ଉତର ପ୍ରଦେଶରେ ହୋଇଥିବାବେଳେ ଜୟପୁର ସହରରେ ୧୫ରୁ ୨୦ ବର୍ଷ ହେବ ଭଡ଼ା ଘରେ ରହି ଆସୁଥିଲେ। ଏଠାରେ ୩ଟି ଠେଲା ଗାଡ଼ି ରଖି ସହକର୍ମି ସହ ମିଶି ପପକନ, ଆଇସ୍ ଗୋଲା, ବାଦାମ ବିକ୍ରି କରି ଗୁଜୁରାଣ ମେଂଟାଉଥିଲେ। ଆଜି ସକାଳୁ ସହକର୍ମିମାନେ ଦେଖି ସ୍ଥାନୀୟ ବାସିନ୍ଦା ଓ ଟାଉନ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ପହଂଚି ଶବକୁ ଜବତ କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ସାଇଂଟିିଫିକ୍ ଟିମ୍ ତଦନ୍ତ କରି ଫେରିଥିବାବେଳେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସଳୟରେ ଶବ ବ୍ୟବଛେଦ କରି ପରିବାର ଲେକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି