ଜଣକ ନାମରେ ୱାରେଣ୍ଟ ଅନ୍ୟ ଜଣକୁ ଉଠାଇନେଲା ପୋଲିସ
କେନ୍ଦ୍ରାପଡା, ୧୫ ମଇ (ହି.ସ.)- ଜଣକ ନାମରେ ୱାରେଣ୍ଟ କିନ୍ତୁ ଅନ୍ୟ ଜଣକୁ ଉଠାଇନେଲା ପୋଲିସ। ଖାଲି ଉଠାଇ ଆଣିଲାନି ବରଂ ନିର୍ଦୋଷ ବ୍ୟକ୍ତିଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଅଟକ ରଖିଲା ପରେ ଆଧାର କାର୍ଡ ଦେଖି ଛାଡି ଦେଇଛି ପୋଲିସ। କେନ୍ଦ୍ରାପଡା ସଦର ଥାନା ସାରଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏ
ଜଣକ ନାମରେ ୱାରେଣ୍ଟ ଅନ୍ୟ ଜଣକୁ ଉଠାଇନେଲା ପୋଲିସ


କେନ୍ଦ୍ରାପଡା, ୧୫ ମଇ (ହି.ସ.)- ଜଣକ ନାମରେ ୱାରେଣ୍ଟ କିନ୍ତୁ ଅନ୍ୟ ଜଣକୁ ଉଠାଇନେଲା ପୋଲିସ। ଖାଲି ଉଠାଇ ଆଣିଲାନି ବରଂ ନିର୍ଦୋଷ ବ୍ୟକ୍ତିଙ୍କୁ ଦୀର୍ଘ ୧୨ ଘଣ୍ଟା ଧରି ଅଟକ ରଖିଲା ପରେ ଆଧାର କାର୍ଡ ଦେଖି ଛାଡି ଦେଇଛି ପୋଲିସ। କେନ୍ଦ୍ରାପଡା ସଦର ଥାନା ସାରଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କୁ ବୁଧବାର ରାତି ପ୍ରାୟ ୧୨ଟାରେ ସଦର ଥାନାର ଏକ ସ୍ଵତନ୍ତ୍ର ଟିମ୍ ଘରେ ଶୋଇଥିବା ଅବସ୍ଥାରେ ଉଠାଇ ଆଣିଲା। ତାଙ୍କ ନାମରେ ସେଭଳି କୌଣସି ମାମଲା ନଥିବା ଯେତେ କହିଲେ ବି ପୋଲିସ କିଛି ଶୁଣି ନଥିଲା। ଥାନାକୁ ଆଣି ପୋଲିସ ହୃଷିକେଶଙ୍କୁ ୧୨ ଘଣ୍ଟା ଧରି ଅଟକ ରଖିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ଟିକିନିଖି ଅନୁଧ୍ୟାନ କରିବା ପରେ ୱାରେଣ୍ଟରେ ମଧୁସୂଦନ ପ୍ରଧାନଙ୍କ ପୁଅ ହୃଷିକେଶ ପ୍ରଧାନଙ୍କ ନାମ ଥିବା ପୋଲିସ ଜାଣିବାକୁ ପାଇଥିଲା। ଭୁଲରେ ପୋଲିସ ହୃଷିକେଶଙ୍କୁ ଉଠାଇ ଆଣିଥିବା ଜାଣିବା ପରେ ତାଙ୍କୁ ଛାଡ଼ି ଦେଇଥିଲା। ହୃଷିକେଶଙ୍କ ପରିବାର ଏବେ ମାନସିକ ଭାରସାମ୍ୟ ହରାଇଛନ୍ତି।ପରିବାର ଲୋକଙ୍କ ଉପରେ ଗାଁ ଲୋକ ଅଙ୍ଗୁଳି ଦେଖାଇବା ଆରମ୍ଭ କରି ଦେଇଛନ୍ତି। ଏହି ଘଟଣା ଏବେ ଘଟିନାହିଁ ବରଂ ଦୀର୍ଘ ଚାରି ବର୍ଷ ହେଲା ଏହିଭଳି ସଦର ଥାନା ପୋଲିସ ବାରମ୍ବାର ହୃଷିକେଶଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ହଇରାଣ ହରକତ କରୁଛନ୍ତି। କୋର୍ଟର ନୂଆ ଓ୍ବାରେଣ୍ଟ ଇସୁ ହେବା ଏବଂ ଥାନାରେ ଅଧିକାରୀ ବଦଳି ନୂଆ ଅଧିକାରୀ ଆସିଲେ ସେ ଯାଇ ହୃଷିକେଶଙ୍କ ଘରେ ପହଞ୍ଚି ଯାଉଛନ୍ତି । ହୃଷିକେଶଙ୍କୁ ରାତିରେ ଶୋଇବା ସମୟରେ ତାଙ୍କ ଘରର କବାଟ ବାଡେଇ ଉଠାଇ ଆଣି ଛାଡି ଦେବା ଘଟଣା ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣାର ତଦନ୍ତ କରାଯିବ ବୋଲି କେନ୍ଦ୍ରାପଡା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡ କହିଛନ୍ତି। ବୁଦ୍ଧିଜୀବୀ ମହଲରେ ଏବେ ଚର୍ଚ୍ଚା ହେଉଛି ମାଳ ମାଳ ଅପରାଧୀ ବୁଲୁଥିବା ବେଳେ ପୋଲିସ ଜଣେ ନିର୍ଦୋଷକୁ ବାନ୍ଧି ୧୨ ଘଣ୍ଟା ଥାନାରେ ଅଟକ ରଖି ଛାଡିବା ପୋଲିସର ଏକ ଖାମଖିଆଲି ଓ ଦାଇତ୍ଵହୀନ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande