ମନ୍ଦିର ଭଙ୍ଗା ଯାଇ ବାଲି ଘାଟକୁ ରାସ୍ତା ପ୍ରସ୍ତାବକୁ ବିରୋଧ
କେନ୍ଦ୍ରାପଡ଼ା, ୧୫ ମଇ (ହି.ସ.)- ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତର ବାଲି ଖାଦାନକୁ ରାସ୍ତା ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ଆଜି ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଫେରାଦି ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି | ଅଳପୁଆ ବ୍ରାହ୍ମଣୀ ନଦୀ ପଠାକୁ ରାସ୍ତା ନିର୍ମାଣ ନିମନ୍ତେ ମାପଚୁପ କରାଯ
---------------ମନ୍ଦିର ଭଙ୍ଗା ଯାଇ ବାଲି ଘାଟକୁ ରାସ୍ତା ପ୍ରସ୍ତାବକୁ ବିରୋଧ       ଶତାଧିକ ଗ୍ରାମ


କେନ୍ଦ୍ରାପଡ଼ା, ୧୫ ମଇ (ହି.ସ.)- ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତର ବାଲି ଖାଦାନକୁ ରାସ୍ତା ନିର୍ମାଣ ପ୍ରସ୍ତାବକୁ ବିରୋଧ କରି ଆଜି ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଫେରାଦି ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି | ଅଳପୁଆ ବ୍ରାହ୍ମଣୀ ନଦୀ ପଠାକୁ ରାସ୍ତା ନିର୍ମାଣ ନିମନ୍ତେ ମାପଚୁପ କରାଯାଇଥିଲା | କିନ୍ତୁ ମାପଚୁପ ପୂର୍ବରୁ ଏଠିକାର ଅଞ୍ଚଳବାସୀ ବା ପଠାରେ ଥିବା ଜମି ମାଲିକଙ୍କୁ ସୂଚନା ଦିଆଗଲା ନାହିଁ | ଏହି ମାପଚୁପରେ ବ୍ୟାପକ ତ୍ରୁଟି ରହିଛି | ସରକାରୀ ସ୍ତରରେ ଏହି ମାପ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନାହିଁ | ଏହି ବାଲି ଘାଟକୁ ନିଲାମ ନେଇଥିବା ବ୍ୟକ୍ତି ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ମୁତାବକ ଅର୍ଥ ୨କୋଟି ୫୬ଲକ୍ଷ ଟଙ୍କା ଦାଖଲ କରିବାକୁ ବାକି ରହିଛି | ତାହା ସତ୍ୱେ ମଧ୍ୟ ଜୋର ଜବରଦସ୍ତ ବାଲି ଉତ୍ତ୍ୱଳନ କରାଯାଉଥିଲା | ଯାହାକୁ ନେଇ ଏହାକୁ ବେଆଇନ ଦର୍ଶାଇ ପୂର୍ବ ଖଣି ଅଧିକାରୀ ସରକାରକୁ ଜଣାଇଥିଲେ | ଏହି ବେଆଇନ ବାଲି ଘାଟକୁ ରାସ୍ତା ନଥାଇ ବିଗତ ଦିନରେ କିପରି ବାଲି ଉଠାଯାଉଥିଲା ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ପୁଣି ଅର୍ଥ ପୈଠ ନକରି ନୀଲାମଧାରୀକୁ ରାସ୍ତା ଦେବା ପାଇଁ ପ୍ରଶାସନ କାହିଁକି ଏତେ ତତ୍ପରତା ଦେଖାଉଛି | ଖାଲି ଏତିକି ନୁହେଁ ରାସ୍ତା ପୁଣି ବିରାଟକାୟ ବହୁ ବର୍ଷ ପୁରୁଣା ବର ଗଛ ମୂଳେ ହନୁମାନ ମନ୍ଦିରକୁ ଭାଙ୍ଗି ରାସ୍ତା କରାଯିବ | ଏହା ଧାର୍ମିକ ଭାବନାକୁ କୁଠାରଘାତ ହେବ | ଏହି ଘଟଣା ସମସ୍ତ ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି | ଜିଲ୍ଲା ପ୍ରଶାସନର ଏହି ବାଲି ମାଫିଆ ପ୍ରୀତିକୁ ପଦାରେ ପକାଇଛି |

ଏହି ବାଲି ସୈରାତରୁ ବେଆଇନ ଭାବେ ହଜାର ହଜାର ଟ୍ରକ ବାଲି ଉଠାଯାଇଛି ଯାହାକୁ ବିରୋଧ କରି ଉମାକାନ୍ତ ରାଉତ, ହେମନ୍ତ କୁମାର ନାୟକ, ସୁରେଶ ଜେନା, ବିଜୟ ଜେନା, କିଶୋର ରାଉତ, ପ୍ରମୋଦ ବେହେରା, ସୁଲୋଚନା ମଳିକ, ବାସନ୍ତୀ ମଳିକଙ୍କ ସହ ଅଳପୁଆ ଗ୍ରାମବାସୀ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି |

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande