ବେନିୟମ କାମ, ସ୍କୁଲ ଖେଳ ପଡିଆରେ ରାସ୍ତା ନିର୍ମାଣ
କେନ୍ଦ୍ରାପଡା, ୧୫ ମଇ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳର ୬ନଂ ୱାର୍ଡ ଭଗେଶ୍ଵରପୁର ଗ୍ରାମରେ ଥିବା ବହୁ ପୁରାତନ ବଳଦେବ ହାଇସ୍କୁଲ ଖେଳ ପଡିଆକୁ ବେଆଇନ ଭାବେ ଜବରଦଖଲ କରି ସରୋଜ କୁମାର ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରକୁ ରାସ୍ତା ନିର୍ମାଣ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପ
ବେନିୟମ କାମ, ସ୍କୁଲ ଖେଳ ପଡିଆରେ ରାସ୍ତା ନିର୍ମାଣ


କେନ୍ଦ୍ରାପଡା, ୧୫ ମଇ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳର ୬ନଂ ୱାର୍ଡ ଭଗେଶ୍ଵରପୁର ଗ୍ରାମରେ ଥିବା ବହୁ ପୁରାତନ ବଳଦେବ ହାଇସ୍କୁଲ ଖେଳ ପଡିଆକୁ ବେଆଇନ ଭାବେ ଜବରଦଖଲ କରି ସରୋଜ କୁମାର ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରକୁ ରାସ୍ତା ନିର୍ମାଣ କରୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପଂଚଶିକ୍ଷା ଶିକ୍ଷାସେତୁ ଓ ପୁରାତନ ଛାତ୍ର ସଂସଦର ସଦସ୍ୟ ମାନେ ଏହି ଅଭିଯୋଗ କରିଛନ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ବର୍ତମାନ ଡେରାବିଶର ତହସିଲଦାର ଭାବେ ରାଜସ୍ୱ ବିଭାଗର ଉଚ୍ଚ ପଦବୀରେ କାର୍ଯ୍ୟ କରୁଥିବା ବେଳେ କିପରି ବେଆଇନ କାମ ନିଜ କ୍ଷମତା ବଳରେ କରି ଚାଲିଛନ୍ତି ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବଳଦେବ ହାଇସ୍କୁଲ ନିକଟରେ ଜାଗା କିଣି ଘର କରି ରହୁଥିବା ସରୋଜ ନାୟକ ସ୍କୁଲ ଆଗ ପଡିଆରେ ଏଭଳି ରାସ୍ତା ନିର୍ମାଣ ନକରିବା ପାଇଁ ଚଳିତ ମାସ ୯ ତାରିଖରେ ପ୍ରଧାନଶିକ୍ଷକ ବାରଣ କରିଥିଲେ । ମାତ୍ର ୧୩ ତାରିଖ ରାତିରେ ଜବରଦସ୍ତ ନିଜ ଘରକୁ ଜିବା ପାଇଁ ଏକ ଫେବର ବ୍ଲକ ରାସ୍ତା ନିର୍ମାଣ କରିଛନ୍ତି ।

ଏହାକୁ ନେଇ ବଳଦେବ ହାଇସ୍କୁଲର ପୁରାତନ ଛାତ୍ର ସଂଘ ଓ ପଂଚଶିକ୍ଷା ଶିକ୍ଷାସେତୁର କର୍ମକର୍ତା ପ୍ରଦିପ୍ତ କୁମାର ଜେନା, ଧିରେନ କୁମାର ସାହୁ, ମନିନ୍ଦ୍ର କୁମାର ରାଉତ, ନିତ୍ୟାନନ୍ଦ ସ୍ୱାଇଁ, ଚନ୍ଦ୍ରଭାନୁ ବରାଳ, ଅଭୟ କୁମାର ବେହେରା, ଅଜୟ କୁମାର ସାମଲ ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ସ୍କୁଲ ଖେଳ ପଡିଆ ମାପ କରାଯାଇ ଜବରଦଖଲ ମୁକ୍ତ ଓ ରାସ୍ତା ହଟାଇବାକୁ କରିବାକୁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande