ସାବିତ୍ରୀ ବ୍ରତ ନେଇ ଚଳଚଞ୍ଚଳ ବଜାର, ଫଳ ଦର ଆକାଶ ଛୁଆଁ
ଜୟପୁର, ୧୫ ମଇ (ହି.ସ.)- ସାବିତ୍ରୀ ବ୍ରତକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ସହର ମୁଖ୍ୟ ରାସ୍ତା, ଦୈନିକ ବଜାରରେ ଭିଡ ଜମିଛି । ଏବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାଲିଛି ଜୋରଦାର ପ୍ରସ୍ତୁତି । ବିବାହିତ ମହିଳାମାନେ ପତିଙ୍କ ଦୀର୍ଘାୟୁ କାମନା କରି ପାଳନ କରୁଥିବା ଏହି ପବିତ୍ର ପର୍ବ ପାଇଁ ହାଟବଜାରରେ
ସାବିତ୍ରୀ ବ୍ରତ ନେଇ ଚଳଚଞ୍ଚଳ ବଜାର ଦର ଆକାଶ ଛୁଆଁ


ଜୟପୁର, ୧୫ ମଇ (ହି.ସ.)- ସାବିତ୍ରୀ ବ୍ରତକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ସହର ମୁଖ୍ୟ ରାସ୍ତା, ଦୈନିକ ବଜାରରେ ଭିଡ ଜମିଛି । ଏବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାଲିଛି ଜୋରଦାର ପ୍ରସ୍ତୁତି । ବିବାହିତ ମହିଳାମାନେ ପତିଙ୍କ ଦୀର୍ଘାୟୁ କାମନା କରି ପାଳନ କରୁଥିବା ଏହି ପବିତ୍ର ପର୍ବ ପାଇଁ ହାଟବଜାରରେ ବଢ଼ିଛି ଭିଡ଼ । ବଜାରରେ ଏବେ ଫଳ ଦର ଆକାଶଛୁଆଁ ହୋଇଛି । ହେଲେ ସାବିତ୍ରି ବଜାର ଉପରେ ଏବେ ମହଙ୍ଗା ମାଡ । ଓଡ଼ିଆ ପରମ୍ପରା ଆଗରେ ଫିକା ପଡ଼ିଛି ଆକାଶଛୁଆଁ ଦର ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି । ଫଳ, ସାବିତ୍ରୀ ପୂଜା ସାମଗ୍ରୀ, ଶାଢ଼ୀ, ଶଙ୍ଖା, ସିନ୍ଦୂର ଓ ପୂଜା ଉପକରଣ କିଣିବାରେ ମହିଳାମାନେ ବ୍ୟସ୍ତ ଦେଖାଯାଉଛନ୍ତି ଓ ବଜାରରେ ଆମ୍ବ, କଦଳୀ, ନଡ଼ିଆ, ଖଜୁରୀ ଓ ବିଭିନ୍ନ ପୂଜା ସାମଗ୍ରୀର ଚାହିଦା ବଢ଼ିଥିବାରୁ ବ୍ୟବସାୟୀମାନେ ମାଲେ ମାଲ ହେଉଥିବା ଲକ୍ଷ୍ୟ କରାଯାଇଛି । ବଜାରରେ ଲିଚୁକୋଳିର ଦାମ୍ ୨ଶହରୁ ୨୫୦ ଥିବାବେଳେ କଦଳୀ ଡର୍ଜନ ଏକ ଶହରୁ ୨ଶହ ଟଙ୍କା, ନଡ଼ିଆ ୧ଟା ୫୦ ଟଙ୍କା, ଆମ୍ବ କେଜି ପ୍ରତି ୧ ଶହରୁ ୧୫୦ ଟଙ୍କା, ଅଙ୍ଗୁର ୧୫୦ ରୁ ୨ଶହ ଟଙ୍କା, ପଣସ ୧ଟା ଦୁଇ ଶହ ଟଙ୍କା, ସେଉ ୨୫୦ ଟଙ୍କା, ସପୁରୀ ଏକ ଶହ ଟଙ୍କା ରହିଛି ଓ କଦଳୀ, ଆମ୍ବ, ପଣସକୁ ଛାଡ଼ିଦେଲେ ବାକି ଫଳ ସବୁ ବାହାରୁ

ଆସୁଥିବାରୁ ଚଢ଼ା ଦରରେରେ ବିକ୍ରି ହେଉଛି । ଏପଟେ ବିଧିପାଇଁ ଫଳ ବାଧ୍ୟତାମୁଳକ ଥିବାରୁ ଗ୍ରାହକ କେଉଁ ଫଳରୁ କେତେ କିଣିବ ତାକୁ ନେଇ ଦ୍ଵନ୍ଦରେ ଥିବା ଜଣାଯାଇଛି । ସାବିତ୍ରୀ ବ୍ରତ ସହ ଜଡ଼ିତ ପୌରାଣିକ କଥା ଅନୁଯାୟୀ, ସତୀ ସାବିତ୍ରୀ ନିଜ ଭକ୍ତି ଓ ସତୀତ୍ଵ ବଳରେ ଯମରାଜଙ୍କୁ ପ୍ରସନ୍ନ କରି ସ୍ୱାମୀ ସତ୍ୟବାନଙ୍କ ଜୀବନ ପ୍ରଭାବ ଫେରାଇ ଆଣିଥିଲେ । ସେହି ଦିନଠାରୁ ଏହି ବ୍ରତ ନାରୀମାନଙ୍କ ମଧ୍ୟରେ ଆସ୍ଥା ଓ ଭକ୍ତିର ପ୍ରତୀକ ଭାବେ ପାଳନ ହୋଇଆସୁଛି । ଆଧୁନିକତାର ଥିଲେ ମଧ୍ୟ ଓଡ଼ିଆ ପରମ୍ପରା ଓ ସଂସ୍କୃତି ପ୍ରତି ନାରୀମାନଙ୍କ ଆସ୍ଥା ଏବେ ମଧ୍ୟ ଅତୁଟ ରହିଛି । ସାବିତ୍ରୀ ବ୍ରତକୁ ନେଇ ଘରେ ଘରେ ଉତ୍ସାହ ଦେଖାଯାଉଥିବା ବେଳେ ଏହି ପର୍ବ ପରିବାରିକ ସମ୍ପର୍କ ଓ ଆଧ୍ୟାତ୍ମିକ ଭାବନାକୁ ଆହୁରି ମଜବୁତ କରୁଥିବା ଦେଖିବାକୁ ମିଳୁଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande