ବେଆଇନ ବାଲି ଚାଲାଣ , ୫ଟି ଟ୍ରାକ୍ଟର ଜବତ, ଡ୍ରାଇଭର ଗିରଫ
ଜୟପୁର, ୧୫ ମଇ(ହି.ସ.) – ଜୟପୁର ସଦରଥାନା ପୁଲିସ ପକ୍ଷରୁ ଆଜି ଭୋରରୁ ପେଟ୍ରୋଲିଂ ଚାଲିଥିବା ବେଳେ ସଲପା ଗ୍ରାମ ନିକଟସ୍ଥ କୋଲବ ନଦୀରୁ ବେଆଇନ ବାଲି ଉଠାଇ ଚାଲାଣ କରାଯାଉଥିବା ବେଳେ ଦୁଇଟି ନମ୍ବର ବିହୀନ ଟ୍ରାକ୍ଟର ସମେତ ସମୁଦାୟ ୫ଟି ଟ୍ରାକ୍ଟରକୁ ଜବତ କରାଯାଇଛି ଓ ଉକ୍ତ ଟ୍ରାକ୍ଟର ଡ୍ରାଇଭରମାନଙ୍କୁ
ବେଆଇନ ବାଲି ଚାଲାଣ , ୫ଟି ଟ୍ରାକ୍ଟର ଜବତ,ଡ୍ରାଇଭର ଗିରଫ


ଜୟପୁର, ୧୫ ମଇ(ହି.ସ.) – ଜୟପୁର ସଦରଥାନା ପୁଲିସ ପକ୍ଷରୁ ଆଜି ଭୋରରୁ ପେଟ୍ରୋଲିଂ ଚାଲିଥିବା ବେଳେ ସଲପା ଗ୍ରାମ ନିକଟସ୍ଥ କୋଲବ ନଦୀରୁ ବେଆଇନ ବାଲି ଉଠାଇ ଚାଲାଣ କରାଯାଉଥିବା ବେଳେ ଦୁଇଟି ନମ୍ବର ବିହୀନ ଟ୍ରାକ୍ଟର ସମେତ ସମୁଦାୟ ୫ଟି ଟ୍ରାକ୍ଟରକୁ ଜବତ କରାଯାଇଛି ଓ ଉକ୍ତ ଟ୍ରାକ୍ଟର ଡ୍ରାଇଭରମାନଙ୍କୁ ବେଆଇନ ଭାବେ ସରକାରୀ ଖଣିଜ ସମ୍ପଦ ଲୁଟ ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜୟପୁର ସଦରଥାନା ଏଏସଏଆଇ ବ୍ୟମୋକେଶ ଧାଙ୍ଗଡା ମାଝିଙ୍କ ନେତୃତ୍ୱରେ ଭୋରରୁ ସଦରଥାନା ଅଂଚଳରେ ପେଟ୍ରୋଲିଂ ବେଳେ ପୂର୍ବାହ୍ନ ପ୍ରାୟ ସାଢେ ୮ ସମୟରେ କୋଲଓବ ନଦୀରୁ ବାଲି ଆଣୁଥିବା ଟ୍ରାକ୍ଟର(ଓଡି ୧୦ଏକ୍ସ-୭୫୭୯) ରାସ୍ତା ପାର୍ଶ୍ୱରେ ବାଲିକୁ ଅନଲୋଡିଂ କରିଦେଇଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ବାଲି ଚାଲାଣର କାଗଜପତ୍ର ଡ୍ରାଇଭରଙ୍କୁ ମାଗିଥିଲେ। କିନ୍ତୁ ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଶେଷରେ ପୁଲିସ ଉକ୍ତ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଡ୍ରାଇଭର ଚୈତନ୍ୟ ଗାଦବା(୪୦)କୁ ଗିରଫ କରିଛନ୍ତି। ସେହିପରି ଉକ୍ତ କୋଲାବ ନଦୀ ଘାଟରୁ ସଲପା ଗ୍ରାମ ରାସ୍ତା ଦେଇ ବେଆଇନ ଚାଲାଣ ହେଉଥବା ଦୁଇଟି ନମ୍ବର ବିହୀନ ଟ୍ରାକ୍ଟର ସମେତ ଅନ୍ୟ ଦୁଇଟି ଟ୍ରାକ୍ଟର(ଓଡି୧୦ପି ୭୮୬୨) ଏବଂ (ଓଡି ୧୦କେ-୧୭୬୧) ଜବତକରିଛନ୍ତି। ଉକ୍ତ ବେଆଇନ ଚାଲାଣ ହେଉଥିବା ଟ୍ରାକ୍ଟର ଡ୍ରାଇଭର ସଦରଥାନା ରନ୍ଧାରିଗୁଡାର ବାସିନ୍ଦା ସିମାଂଚଳ ମାଝି(୩୦), ସଲପା ଗ୍ରାମର ଜଗନ୍ନାଥ ସମରଥ (୪୦), ଖଡପା ଗ୍ରାମର ନବୀନ ଗୌଡ (୩୦), ବୋରିଗୁମ୍ମା ଥାନା କୁମ୍ଭାରଗୁଡା ଗ୍ରାମର ହରିହର ଗାଦବା (୪୫)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ବାଲି ଗୁଡିକୁ ରାଜ୍ୟ ଖଣି ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande