ମହାକାଳପଡା ବ୍ଲକ ଅଧିନସ୍ଥ ସୁନାମୀ ପ୍ରବଣ ଗ୍ରାମରେ ସୁନାମୀ ମକଡ୍ରିଲ
କେନ୍ଦ୍ରାପଡା, ୧୫ ମଇ (ହି.ସ.)- ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ ସୁନାମୀ ମକ ଡ୍ରିଲ ମହାକାଳପଡା ବ୍ଲକ ଅଧିନସ୍ଥ ଜମ୍ବୁ ଗ୍ରାମ ପଞ୍ଚାୟତରେ ୩ ଟି ଗ୍ରାମ (ଜମ୍ବୁ, ଭାଟେଣୀ, କଣ୍ଡରାପାଟିଆ) ଏବଂ ନାଞ୍ଜୁରା ଗ୍
ମହାକାଳପଡା ବ୍ଲକ ଅଧିନସ୍ଥ ସୁନାମୀ ପ୍ରବଣ ଗ୍ରାମରେ ସୁନାମୀ ମକ ଡ୍ରିଲ କାର୍ୟ୍ୟକ୍ରମ


କେନ୍ଦ୍ରାପଡା, ୧୫ ମଇ (ହି.ସ.)- ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ ସୁନାମୀ ମକ ଡ୍ରିଲ ମହାକାଳପଡା ବ୍ଲକ ଅଧିନସ୍ଥ ଜମ୍ବୁ ଗ୍ରାମ ପଞ୍ଚାୟତରେ ୩ ଟି ଗ୍ରାମ (ଜମ୍ବୁ, ଭାଟେଣୀ, କଣ୍ଡରାପାଟିଆ) ଏବଂ ନାଞ୍ଜୁରା ଗ୍ରାମ ପଞ୍ଚାୟତରେ ୨ ଟି ଗ୍ରାମ (ରଟପଙ୍ଗ, ନରସିଙ୍ଘପୁର) ରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମକ ଡ୍ରିଲରେ କମ୍ୟୁନିଟି ସ୍ତରୀୟ ସ୍ଥାନାନ୍ତରଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ କରାଯାଇଥିଲା, ଏହି ମକଡ୍ରିଲରେ ପ୍ରତ୍ୟେକ ଗ୍ରାମରୁ ପ୍ରାୟ ୫୦୦ ଜଣ ଲୋକ ତଥା ସମସ୍ତ ଜିଲ୍ଲା ଓ ବ୍ଲକ ସରକାରୀ ସ୍ତରୀୟ ଅଧିକାରୀ/କର୍ମଚାରୀ ମାନେ ଯୋଗ ଦେଇଥିଲେ ତନ୍ମଧ୍ୟରୁ ବ୍ଲକ ପ୍ରଶାସନ, ରାଜସ୍ୱ ବିଭାଗ, ପୋଲିସ, ଅଗ୍ନିଶମ ବିଭାଗ, ଆଶା, ଅଙ୍ଗନୱାଡି କର୍ମୀ, ମତ୍ସ୍ୟ ବିଭାଗ, ଶିକ୍ଷା ବିଭାଗ, ପଶୁ ସମ୍ପଦ ବିଭାଗର ଅଧିକାରୀ/କର୍ମଚାରୀ ମାନେ ଯୋଗ ଦେଇଥିଲେ । ଉକ୍ତ ମକଡ୍ରିଲରେ ଭାରତୀୟ ସୁନାମୀ ପ୍ରାରମ୍ଭିକ ଚେତାବନୀ କେନ୍ଦ୍ର ଦ୍ୱାରା ୫ଟି ଡମି ଟେଷ୍ଟ ବୁଲେଟିନ ପ୍ରାତଃ ୮ଟା ଠାରୁ ପୂର୍ବାହ୍ନ୧୧ଟା ମଧ୍ୟରେ ପ୍ରସାରଣ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ସୁନାମୀ ପ୍ରସ୍ତୁତି, ଏହାର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବାଥିଲା। ଏହି ଅଭ୍ୟାସ ଦ୍ୱାରା ଯୋଗାଯୋଗ ବ୍ୟବସ୍ଥାକୁ ପରୀକ୍ଷା କରିବା, ନିଷ୍ପତ୍ତି ନେବା, ଉପକୂଳବର୍ତ୍ତୀ ସମ୍ପ୍ରଦାୟରେ ସତର୍କତା ପ୍ରସାରଣ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୂକ୍ତ କରାଯାଇଥିଲା। ଏହା ଦ୍ୱାରା କିପରି ଜରୁରୀ କାଳୀନ ପ୍ରତିକ୍ରିୟା ଯୋଜନାକୁ ସୁଦୃଢ କରିବା, ସମ୍ପ୍ରଦାୟ ସଚେତନତା ବୃଦ୍ଧି କରିବା ଏବଂ ସୁନାମୀ ପ୍ରସ୍ତୁତ କାର୍ଯ୍ୟକ୍ରମ ସୂଚକ ଗୁଡିକର କାର୍ଯ୍ୟ।ନ୍ଵୟନ ମୂଲ୍ୟାଙ୍କନ କରିବା ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଭାବେ ଜୟଜଗତ ସାହୁ (ଡି.ଜି.ଏମ- ଆଇ ଟି) ଓସଡମା, ମହାକାଳପଡା ମଣ୍ଡଳ ଉନ୍ନୟନ ଅଧିକାରୀ ରବିନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ନିତ୍ୟରଞ୍ଜନ ସାମଲ, ଜିଲ୍ଲା ଯୋଜନା ଅଧିକାରୀ ଅଜୟ କୁମାର ମହାନ୍ତି, ସରପଞ୍ଚ ବିଶ୍ୱଜିତ ବସୁ (ଜମ୍ବୁ ଗ୍ରାମ ପଞ୍ଚାୟତ) ଏବଂ ସଫଳା ମଲ୍ଲିକ (ନାଞ୍ଜୁରା ଗ୍ରାମ ପଞ୍ଚାୟତ), ଭାରତ ଏବଂ କୃଷକ ସାମାଜିକ ସଂଗଠନ ଆଦି ସ୍ୱେଛାସ୍ୱେବୀ ସଂଗଠନ ଏହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସ୍ତରରେ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ଦିପକ ରଞ୍ଜନ ପରିଡା ସୂଚାର ରୁପେ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande