ଉତ୍କଳ ଗୈାରବଙ୍କୁ ଭାରତରତ୍ନ ପାଇଁ ବିଧାନସଭାରେ ପ୍ରସ୍ତାବ ଅଣାଯାଉ - ଉତ୍କଳ ସମ୍ମିଳନୀ
ଭୁବନେଶ୍ୱର,୧୫ ମଇ (ହି.ସ) - ଓଡିଶା ପ୍ରଦେଶ ଗଠନର ପ୍ରମୁଖ୍ୟ କର୍ଣ୍ଣଧାର, ଓଡିଆ ଅସ୍ମିତାର ପ୍ରତିକ, ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଉତ୍କଳ ସମ୍ମିଳନୀ ଦାବି କରିଛି । ସମ୍ମିଳନୀ ପକ୍ଷରୁ ଏହାର ରାଜ୍ୟ ସଭାପତି ଅନନ୍ତ ପ୍ରସାଦ ଜେନା,
fhyt


ଭୁବନେଶ୍ୱର,୧୫ ମଇ (ହି.ସ) - ଓଡିଶା ପ୍ରଦେଶ ଗଠନର ପ୍ରମୁଖ୍ୟ କର୍ଣ୍ଣଧାର, ଓଡିଆ ଅସ୍ମିତାର ପ୍ରତିକ, ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଉତ୍କଳ ସମ୍ମିଳନୀ ଦାବି କରିଛି । ସମ୍ମିଳନୀ ପକ୍ଷରୁ ଏହାର ରାଜ୍ୟ ସଭାପତି ଅନନ୍ତ ପ୍ରସାଦ ଜେନା, ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା, ଭୁବନେଶ୍ୱର ଶାଖା ସଭାପତି ସୁବ୍ରତ ମହାପାତ୍ର, ସମ୍ପାଦକ ଶିବବ୍ରତ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦୁଇ ବର୍ଷ ପୁର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦୈାପଦୀ ମୁର୍ମୁ ମଧୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗୃହ ବିଭାଗକୁ ସୁପାରିସ କରଥିଲେ ।ା ୨୦୨୫ ଅଗଷ୍ଟ ମାସ ୨୨ ତାରିଖରେ ଶିବୁ ଶୋରେନଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ସର୍ବ ସମ୍ମତି କ୍ରମେ ଝାଡଖଣ୍ଡ ବିଧାନ ସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କୁ ପଠାଇବା ଢାଂଂଚାରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବିଧାନସଭା ଅଧିବେଶନରେ ସର୍ବ ସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବା ପାଇଁ ଉତ୍କଳ ସମ୍ମିଳନୀ ସେତେବେଳେ ଦାବି କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande