
ବଲାଙ୍ଗିର, ୧୫ ମଇ (ହି.ସ.)- ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ଆନୁକୁଲ୍ୟରେ ଗ୍ରୀଷ୍ମ କାଳିନ କରାଟେ କିକ୍ ବକ୍ସିଂ ଓ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର ୧୫.୦୫.୨୦୨୬ ରୁ ତା.୧୫.୦୬.୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଶିବିରକୁ ସ୍କୁଲର ସଂପାଦକ ହୃଦୟ ଶବର, କରାଟେ କିକ୍ ବକ୍ସି ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, ମୁରଲି ମହାକୁର, କ୍ରୀଷ୍ଣା ନାଏକ ଏବଂ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷକ ରେଖା ମନହିରା ଓ ବିନୋଦିନୀ ଠେଲା ପରିଚାଳନା କରିବେ । ଏହି ସମର କ୍ୟାମ୍ପରେ କରାଟେ ଓ କିକ୍ ବକ୍ସିଂ ସହିତ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ, ଲାଠି ଚାଳନା, ନାନଚାକୁ, ଅସ୍ତ୍ର ଚାଳନା ପ୍ରଭୃତି ଟ୍ରେନିଂ ଦିଆଯିବ । ଶିବିରକୁ କରାଟେ ସ୍କୁଲ ର ସଭାପତି ସଚ୍ଚିଦାନନ୍ଦ ବାଗ ଓ କୋଷାଧ୍ୟକ୍ଷ ରବି ବେହେରା ଉଦ୍ଘାଟନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ