ଜାତୀୟ ବିଲୁପ୍ତପ୍ରାୟ ପ୍ରଜାତି ଦିବସରେ ପ୍ରକୃତି ସଂରକ୍ଷଣ ପାଇଁ ସାମହୁହିକ ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 15 ମେ (ହି.ସ.): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜାତୀୟ ବିଲୁପ୍ତପ୍ରାୟ ପ୍ରଜାତି ଦିବସ ଅବସରରେ ପ୍ରକୃତି ଓ ବନ୍ୟଜୀବ ସୁରକ୍ଷା ପ୍ରତି ଲୋକମାନଙ୍କୁ ସଚେତନ ଓ ଦାୟିତ୍ୱବାନ ହେବାକୁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ବାର୍ତ୍ତାରେ କହିଛନ୍ତି ଯେ, ଭାରତ
ବିଲୁପ୍ତ


ଭୁବନେଶ୍ୱର, 15 ମେ (ହି.ସ.): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜାତୀୟ ବିଲୁପ୍ତପ୍ରାୟ ପ୍ରଜାତି ଦିବସ ଅବସରରେ ପ୍ରକୃତି ଓ ବନ୍ୟଜୀବ

ସୁରକ୍ଷା ପ୍ରତି ଲୋକମାନଙ୍କୁ ସଚେତନ ଓ ଦାୟିତ୍ୱବାନ ହେବାକୁ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ବାର୍ତ୍ତାରେ କହିଛନ୍ତି ଯେ, ଭାରତର ସାଂସ୍କୃତିକ ପରମ୍ପରା ପ୍ରକୃତି ଓ ମାନବତାର ସମନ୍ୱିତ

ସହ-ଅସ୍ତିତ୍ୱରେ ବିଶ୍ୱାସ କରେ। ସେ କହିଛନ୍ତି ଯେ, ବିଲୁପ୍ତପ୍ରାୟ ପ୍ରଜାତିମାନଙ୍କର ସୁରକ୍ଷା କେବଳ ପରିବେଶୀୟ ଦାୟିତ୍ୱ

ନୁହେଁ, ବରଂ ଆମ ସଂସ୍କୃତି, ମୂଲ୍ୟବୋଧ ଓ ସମସ୍ତ ଜୀବଜନ୍ତୁ ପ୍ରତି ସମ୍ମାନ ସହ ଜଡିତ ଏକ

କର୍ତ୍ତବ୍ୟ ଅଟେ।

ସେ ଲୋକମାନଙ୍କୁ ପ୍ରାକୃତିକ ଐତିହ୍ୟର ସୁରକ୍ଷା ଦିଗରେ ମିଳିତ ଭାବେ କାମ କରିବା ଏବଂ

ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ଓ ସବୁଜ ଭବିଷ୍ୟତ ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ଜୈବ

ବିବିଧତା ଓ ବନ୍ୟଜୀବ ସୁରକ୍ଷା ପାଇଁ ସାମୂହିକ ପ୍ରୟାସ ସମୟର ଆବଶ୍ୟକତା ବୋଲି ମୁଖ୍ୟମନ୍ତ୍ରୀ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande