
କଟକ, 15 ମେ (ହି.ସ.): କଟକସ୍ଥିତ ଗଙ୍ଗା ମନ୍ଦିର ଅଞ୍ଚଳରେ
ଶୁକ୍ରବାର ସକାଳେ ଏକ ବିଲ୍ଡିଂ ତଳ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଅଞ୍ଚଳରେ ଆତଙ୍କ
ସୃଷ୍ଟି ହୋଇଥିଲା। ଘଟଣା ପରେ ସ୍ଥାନୀୟ ବାସିନ୍ଦା ଓ ନିକଟସ୍ଥ ଦୋକାନୀମାନଙ୍କ ମଧ୍ୟରେ ଭୟର ଖେଳିଯାଇଥିଲା।
ସୂଚନା ଅନୁଯାୟୀ, ଭବନର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ
ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରାରମ୍ଭିକ ତଦନ୍ତରୁ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିବା
ସନ୍ଦେହ କରାଯାଉଛି, ଯଦିଓ ପ୍ରକୃତ କାରଣ ସମ୍ପର୍କରେ
ଏପର୍ଯ୍ୟନ୍ତ କୌଣସି ଔପଚାରିକ ସୂଚନା ମିଳିନି।
ଘଟଣାର ସୂଚନା ପାଇବା ସହିତ ଦମକଳ ବିଭାଗର ତିନିଟି ଗାଡ଼ି ଓ ୧୦ରୁ ଅଧିକ ଅଗ୍ନିଶମ
କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁର ତୀବ୍ରତା
ଅଧିକ ଥିବାରୁ ପ୍ରଭାବିତ ଅଞ୍ଚଳକୁ ପ୍ରବେଶ କରିବା ପାଇଁ ଅଗ୍ନିଶମ କର୍ମୀମାନଙ୍କୁ ଝରକା ଭାଙ୍ଗିବାକୁ
ପଡ଼ିଥିଲା।
ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁକହିଛନ୍ତି ଯେ, ଗ୍ରାଉଣ୍ଡ ଫ୍ଲୋରର ତିନୋଟି କୋଠା ନିଆଁରେ ପ୍ରଭାବିତ ହୋଇଥିଲା।
କୋଠାଗୁଡ଼ିକରେ ରହିଥିବା ପ୍ଲାଷ୍ଟିକ ସାମଗ୍ରୀ, ପ୍ଲାଇଉଡ୍, କାଠର ଫର୍ନିଚର ଓ ଅନ୍ୟାନ୍ୟ ବ୍ୟବସାୟିକ
ସାମଗ୍ରୀ ଥିବାରୁ ଆଗ ଦ୍ରୁତ ଗତିରେ ବ୍ୟାପିଥିଲା ଏବଂ ଭବନରେ ଘନ ଧୂଆଁ ଭରିଯାଇଥିଲା।
ଏହି ଘଟଣାରେ କାହାର ମୃତ୍ୟୁ କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ତେବେ ଏହି
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। କ୍ଷୟକ୍ଷତିର
ଆକଳନ ଏପର୍ଯ୍ୟନ୍ତ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା