
ଭୁବନେଶ୍ୱର, 15 ମେ (ହି.ସ.)- ସ୍ୱାଧୀନତା ସଂଗ୍ରାମୀ
ସୁଖଦେବଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ମାତାର ବୀର
ସପୁତ୍ର, ଅମର ଶହୀଦ ସୁଖଦେବ ଜୀଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ନମନ।
ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରଖର ଯୋଦ୍ଧା
ଭାବେ ସେ ଅଦମ୍ୟ ସାହସ ଓ ରାଷ୍ଟ୍ର ପ୍ରତି ଅତୁଟ ସମର୍ପଣର ପରିଚୟ ଦେଇଥିଲେ। ତାଙ୍କର ତ୍ୟାଗ ଓ
ବଳିଦାନ ଦାସ୍ୟତାର ଶୃଙ୍ଖଳାକୁ ଭାଙ୍ଗିବାର ସଙ୍କଳ୍ପକୁ ଲୋକଙ୍କ ନିକଟରେ ପହଞ୍ଚାଇଥିଲା।
ତାଙ୍କର ଜୀବନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ
ପ୍ରେରଣାର ଅମର ସ୍ରୋତ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା