
ଭୁବନେଶ୍ୱର, 15 ମେ (ହି.ସ.)- ଅମର ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଏମଏସଏମଇ
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଦେଶମାତୃକାର
ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ଅମର ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀରେ
ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଦେଶପ୍ରେମ, ସାହସ ଓ ବଳିଦାନର ପ୍ରତୀକ ତାଙ୍କ ଜୀବନ ଚିରକାଳ ପାଇଁ ପ୍ରେରଣାର ଉତ୍ସ। ମାତୃଭୂମି ପାଇଁ
ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସରେ ସଦା ଅମର ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା