ପୁଇଁତଲାର ଅଗ୍ନିକାଣ୍ଡ ପ୍ରଭାବିତଙ୍କୁ ଭେଟି ସହାୟତା ପ୍ରଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫ ମଇ (ହି.ସ) - ପୁଇଁତଲା ବ୍ଲକ ବୁଢ଼ୀସିଣ୍ଡୋଲ ଗ୍ରାମର ଡାଙ୍ଗଗୋଠ ଠାରେ ଘଟିଥିବା ଅଗ୍ନିକାଣ୍ଡରେ ଭାଗୀରଥୀ ଡାଙ୍ଗ, ଚନ୍ଦ୍ରଶେଖର ଡାଙ୍ଗ ଏବଂ ବଶିଷ୍ଠ ଡାଙ୍ଗଙ୍କ ଘର ପୋଡ଼ି ଯାଇଛି। ଘରପୋଡ଼ି ଖବର ପାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା
8][


ଭୁବନେଶ୍ୱର, ୧୫ ମଇ (ହି.ସ) - ପୁଇଁତଲା ବ୍ଲକ ବୁଢ଼ୀସିଣ୍ଡୋଲ ଗ୍ରାମର ଡାଙ୍ଗଗୋଠ ଠାରେ ଘଟିଥିବା ଅଗ୍ନିକାଣ୍ଡରେ ଭାଗୀରଥୀ ଡାଙ୍ଗ, ଚନ୍ଦ୍ରଶେଖର ଡାଙ୍ଗ ଏବଂ ବଶିଷ୍ଠ ଡାଙ୍ଗଙ୍କ ଘର ପୋଡ଼ି ଯାଇଛି। ଘରପୋଡ଼ି ଖବର ପାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କୁ ସାନ୍ତ୍ୱନା ଜଣାଇଥିଲେ। ମନ୍ତ୍ରୀ ଏହି ଘଟଣାରେ ପୀଡିତ ପରିବାର ବର୍ଗଙ୍କୁ ଆବଶ୍ୟକୀୟ ସାମଗ୍ରୀ, ଶୁଖିଲା ଖାଦ୍ୟ, ବସ୍ତ୍ର ଏବଂ ଆର୍ôଥକ ସହାୟତା ପ୍ରଦାନ କରିଥିଲେ। ଏଥିସହ ପୀଡିତ ତିନୋଟି ପରିବାରକୁ ଯଥାସମ୍ଭବ ସରକାରୀ ସହାୟତା ତୁରନ୍ତ ଯୋଗାଇଦେବା ନିମନ୍ତେ ସେଠାରେ ଉପସ୍ଥିତ ଥିବା ବିଡିଓ, ତହସିଲଦାର ଏବଂ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

/ Bandana Ray


 rajesh pande