
ଭୁବନେଶ୍ୱର, 15 ମେ (ହି.ସ.)- ରାଜ୍ୟରେ ପେଟ୍ରୋଲ, ଡିଜେଲର ଅଭାବ ନାହିଁ । ଏନେଇ ଯୋଗାଣ
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପର୍ଯ୍ୟାପ୍ତ ପରିମାଣର
ତୈଳ ମହଜୁଦ୍ ଅଛି। ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।
ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଏନେଇ ସରକାରଙ୍କ
ପକ୍ଷରୁ କିଛି ନିୟମ କରାଯାଇ ନାହିଁ। ୧୩ ଦିନ ପାଇଁ ଷ୍ଟକ୍ ଓଡ଼ିଶାରେ ଅଛି । ପେଟ୍ରୋଲ ପମ୍ପରେ ଅଯଥା ଭିଡ ନକରିବା
ସହ ଆବଶ୍ୟକତା ଅନୁସାରେ ପେଟ୍ରୋଲ ନେବା ପାଇଁ ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା