ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଭଦ୍ରକ ସିଏଡି ଡିଭିଜନର ଜୁନିୟର ଇଂଜିନିୟର ବିଜୟ କୁମାର ମହାନ୍ତି ଗିରଫ
ଭୁବନେଶ୍ୱର, 15 ମେ (ହି.ସ.)- ଓଡ଼ିଶା ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସଂପତି ଠୁଳ କରିବା ମାମଲାରେ ଭଦ୍ରକସ୍ଥିତ କମାଣ୍ଡ ଏରିଆ ଡେଭଲପମେଣ୍ଟ (ସିଏଡି) ଡିଭିଜନର ଜୁନିୟର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କୁ ଆଜି ବାଲେଶ୍ୱର ସ୍ଥିତ ବିଶେଷ ଭିଜିଲାନ୍ସ ଅ
ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ଭଦ୍ରକ ସିଏଡି ଡିଭିଜନର ଜୁନିୟର ଇଂଜିନିୟର     ବିଜୟ କୁମାର ମହାନ୍ତି ଗିରଫ


ଭୁବନେଶ୍ୱର, 15 ମେ (ହି.ସ.)- ଓଡ଼ିଶା ଭିଜିଲାନ୍ସ ବିଭାଗ ଆୟ ବହିର୍ଭୁତ ସଂପତି ଠୁଳ କରିବା ମାମଲାରେ

ଭଦ୍ରକସ୍ଥିତ କମାଣ୍ଡ ଏରିଆ ଡେଭଲପମେଣ୍ଟ (ସିଏଡି) ଡିଭିଜନର ଜୁନିୟର ଇଞ୍ଜିନିୟର ବିଜୟ କୁମାର

ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କୁ ଆଜି ବାଲେଶ୍ୱର ସ୍ଥିତ ବିଶେଷ ଭିଜିଲାନ୍ସ ଅଦାଲତରେ ହାଜର

କରାଯିବ।

ଉଲ୍ଲେଖନୀୟ ଯେ, ଗୁରୁବାର ଦିନ ମହାନ୍ତିଙ୍କ ସହ

ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ

ପାଖରେ ବହୁ ପରିମାଣର ଅଘୋଷିତ ସମ୍ପତ୍ତି ଥିବାର ସନ୍ଦେହ ମିଳିଥିଲା। ତଦନ୍ତରେ ଦୁଇଟି ବହୁମହଲା

ଘର, ସାତଟି ମୂଲ୍ୟବାନ ପ୍ଲଟ୍, ୧.୭୩ ଲକ୍ଷ ଟଙ୍କା ନଗଦ, ୩୫୦ ଗ୍ରାମ ସୁନା ଏବଂ ୧୯.୪୬ ଲକ୍ଷ ଟଙ୍କାର ଜମାରାଶି ସହ ଅନ୍ୟାନ୍ୟ

ସମ୍ପତ୍ତି ଜବତ କରାଯାଇଛି। ଏହି ସମ୍ପତ୍ତି ସମ୍ବନ୍ଧରେ ସେ ସନ୍ତୋଷଜନକ ସ୍ପଷ୍ଟୀକରଣ

ଦେଇପାରିନଥିଲେ।

ଏହି ସମ୍ବନ୍ଧରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଭ୍ରଷ୍ଟାଚାର ନିବାରଣ ଅଧିନିୟମ, ୨୦୧୮ ଅନୁଯାୟୀ କେସ୍ ନମ୍ବର ୬/୨୦୨୬ ରୁଜୁ କରାଯାଇଛି। ମାମଲାର ଅଧିକ

ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande