
ଭୁବନେଶ୍ୱର, 15 ମେ (ହି.ସ.)- ଓଡ଼ିଶାରେ ମେ' ୩୦ ତାରିଖରୁ ଆରମ୍ଭ ହେବ ଏସଆଇଆର ।
ଏନେଇ ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ମେ' ୨୦ରୁ ୨୯ ଯାଏଁ ଚାଲିବ ।
ମେ ୩୦ ତାରିଖରୁ ଘରକୁ ଘର ବୁଲିବେ ବିଏଲଓ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪
ଲକ୍ଷ ଭୋଟର ଅଛନ୍ତି । ଭୋଟର ଲିଷ୍ଟରୁ ବାଦ୍ ପଡ଼ିଛନ୍ତି ୯ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର । ଏସ୍ଆଇଆର
ଶେଷ ହେବା ବେଳେ ୪୫,୨୫୫ ବୁଥ୍ ହେବ । ବର୍ତ୍ତମାନ ସୁଦ୍ଧା
ରାଜ୍ୟରେ ୯୪.୬୧% ମ୍ୟାପିଂ ସରିଛି ବୋଲି ସିଇଓ କହିଛନ୍ତି । ଯେଉଁମାନେ ଭାରତୀୟ ନାଗରିକ
ନୁହଁନ୍ତି ସେମାନଙ୍କୁ ବାହାର କରାଯିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା