ତେଲ ସଙ୍କଟ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ତାରା ବାହିନୀପତି
ଭୁବନେଶ୍ୱର, ୧୫ ମଇ (ହି.ସ) - ରାଜ୍ୟରେ ୧୩ଶହରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ୨ ହଜାରରୁ ଅଧିକ ବସ ଅଚଳ ହେବାକୁ ବସିଲାଣି। ତେଲ ପାଇଁ ସାରା ରାଜ୍ୟରେ ହାହାକାର ପରିସ୍ଥିତି ଉପୁଜିଲାଣି। ଶହେ ଟଙ୍କାର ତେଲ ଦେଉଛନ୍ତି କଂଟା ଉପରକୁ ଉଠୁନି। କିନ୍ତୁ ସରକାର ବାହା ବାହା ମାରୁଛନ୍ତି ରାଜ୍ୟରେ ତେଲ
tara bahinipatti


ଭୁବନେଶ୍ୱର, ୧୫ ମଇ (ହି.ସ) - ରାଜ୍ୟରେ ୧୩ଶହରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ୨ ହଜାରରୁ ଅଧିକ ବସ ଅଚଳ ହେବାକୁ ବସିଲାଣି। ତେଲ ପାଇଁ ସାରା ରାଜ୍ୟରେ ହାହାକାର ପରିସ୍ଥିତି ଉପୁଜିଲାଣି। ଶହେ ଟଙ୍କାର ତେଲ ଦେଉଛନ୍ତି କଂଟା ଉପରକୁ ଉଠୁନି। କିନ୍ତୁ ସରକାର ବାହା ବାହା ମାରୁଛନ୍ତି ରାଜ୍ୟରେ ତେଲ ମହଜୁଦ୍ ଅଛି। ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି କୋରାପୁଟ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଆଗରେ ଶହ ଶହ ଗାଡି ଧାଡି ବାନ୍ଧିଛନ୍ତି। ୫୦୦ ଟଙ୍କାର ତେଲ ମାଗିଲେ ୧୦୦ ଟଙ୍କାର ଦେଉଛନ୍ତି। ତେଲ ନଥିବାରୁ ୨ ହଜାର ବସ୍ ଅଚଳ। ଶତାଧିକ ପେଟ୍ରୋଲ ପମ୍ପ୍ ବନ୍ଦ। ରାଜ୍ୟରେ ହାହାକାର ପରିସ୍ଥିତି ଭିତରେ ସରକାର କହୁଛନ୍ତି ରାଜ୍ୟରେ ତେଲର ଅଭାବ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande