
କେନ୍ଦ୍ରାପଡା, ୧୫ ମଇ (ହି.ସ.)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁତିଆଳ ଗ୍ରାମର ଅଶୋକ କୁମାର ସ୍ୱାଇଁଙ୍କ ସହିତ ଠକେଇ କରି ୧୫ ଲକ୍ଷ ଟଙ୍କା ହାତେଇଥିବା ପାରାଦୀପ ଥାନା ଅନ୍ତର୍ଗତ ରଙ୍ଗିଆଗଡ ଗ୍ରାମର ସର୍ବେଶ୍ୱର ରାଉତ ଓ ଅନ୍ୟ ଦୁଇଜଣ ତାଙ୍କ ସ୍ତ୍ରୀ ଓ ପୁଅ ନାମରେ କେନ୍ଦ୍ରାପଡା ସଦର ଥାନାରେ ଏତଲା ଦିଆଯାଇଥିଲା । ଥାନା ଅଧିକାରୀ ତଦନ୍ତ କରି ଏତଲା ନମ୍ବର ୩୨/୨୦୨୬ ରେ ଦଫା ୩୧୮ (୪), ୩୧୬/୨ ଓ ୩୫୧/୨ ଅର୍ଥାତ୍ ଠକେଇ, ଧମକ ଓ ଅର୍ଥ ଆତ୍ମସାତ ଦଫାରେ ମାମଲା ରୁଜୁ ହୋଇଥିଲା । ଆଇନ୍ ମୁତାବକ ଏହି ଦଫା ଗୁଡିକରେ ଥାନାରୁ ଅଭିଯୁକ୍ତମାନଙ୍କୁ ଜାମିନ୍ ଦେବାର କଥାନୁହେଁ କିନ୍ତୁ ଥାନା ଚଂଚକତା କରି ଦଫା ଗୁଡିକୁ ଆଗ ପଛ କରି ଏହି ଅଭିଯୁକ୍ତମାନଙ୍କୁ ଜାମିନ୍ ଦେଇଥିବାର କେନ୍ଦ୍ରାପଡା ଏସ୍ପି ଓ ଏସ୍ଡିପିଓ ଙ୍କ ନିକଟରେ ଏତଲାକାରୀ ଅଭିଯୋଗ କରିଛନ୍ତି ଏବଂ ଏତଲାକାରୀ ଶ୍ରୀ ସ୍ୱାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇଁ ମାମଲା ଦାଏର୍ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି