
ବୌଦ୍ଧ, ୧୫ ମେ (ହି.ସ.) - ମହିଳା-ସଂରକ୍ଷଣ ବିଲକୁ ନେଇ ବିଜେପିର ବିଭ୍ରାନ୍ତିକର ପଦକ୍ଷେପ ବିରୋଧରେ କଂଗ୍ରେସ ପକ୍ଷରୁ ନାରୀ ନ୍ୟାୟ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୨୦୨୩ ମସିହାରେ ସଂସଦରେ ଗୃହୀତ ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ମହିଳା ସଂରକ୍ଷଣ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ସଂସଦରେ ଗୃହୀତ ହେବା ସତ୍ୱେ ମହିଳା ବିଲ୍ କାର୍ଯ୍ୟକାରୀ ନ ହେବା ମହିଳା ଅଧିକାର ପ୍ରତି ଅବହେଳାକୁ ଦର୍ଶାଉଛି। ରାଜନୀତିରେ ମହିଳାମାନଙ୍କର ନ୍ୟାର୍ଯ୍ୟ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବିଲ୍ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦଳୀୟ ନେତାମାନେ ଦାବି କରିଥିଲେ। ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ବିରୋଧରେ ସ୍ୱର ଉତୋଳନ କରିବା ଏବଂ ମହିଳାମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବାକୁ ଦାବି କରାଯାଇଛି । ଏହାସହ ମହିଳାମାନଙ୍କୁ ୫୦% ସରକାରୀ ଚାକିରିରେ ସଂରକ୍ଷଣ।ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାର ସହାୟତା। ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି। କଂଗ୍ରେସପାଇଁ ଦାବି କରାଯାଇଛି । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁ ଙ୍କ ନେତୃତ୍ୱରେ ପୂର୍ବତନ ଜିଲ୍ଲା ସଭାପତି ନବ କୁମାର ମିଶ୍ର, ବରିଷ୍ଠ ନେତା ଶାନ୍ତନୁ ମହାପାତ୍ର,ସମରେଶ ମିଶ୍ର,ଦେବରାଜ ପଟ୍ଟନାୟକ,ପ୍ରଦୀପ ମହାନନ୍ଦ,ସଞ୍ଜୟ ସାହୁ,ପଙ୍କଜ କର୍ଣ୍ଣ, ବେଣୁ ଧର ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ