
ବୌଦ୍ଧ, 15 ମେ (ହି.ସ.) ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ କାର୍ଯ୍ୟ କ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ ଲାଇନ ଅଭିଯୋଗ ସିଷ୍ଟମ୍ ଶି ବକ୍ସ ପୋର୍ଟାଲ ଉପରେ ଜିଲ୍ଲା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପୋର୍ଟାଲ ରେ କିଭଳି ଭାବେ ଅଭିଯୋଗ ଦାଖଲ କରାଯିବ, ଅଭିଯୋଗ ମିଳିଲା ପରେ ନୋଡାଲ ଅଫିସର ଙ୍କ ଭୂମିକା କଣ ରହିବ ,ତାହା ଉପରେ ସାରଦା ପ୍ରସନ୍ନ ସାହୁ, କମ୍ପ୍ୟୁଟରରେ ଦର୍ଜ କରି ଦେଖେଇଥିଲେ l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ ,ଜିଲ୍ଲା ସୁରକ୍ଷା ଅଧିକାରୀ ସନ୍ତୋଷନୀ ଭୋଇ, ଜିଲ୍ଲା ଉପଖଣ୍ଡ ପରିଯୋଜନା ଅଧିକାରୀ ଗୀତାଞ୍ଜଳି ଦଲାଲ,ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଅଧିକାରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ସଭାରେ ଯୋଗ ଦେଇଥିଲେ । ଶିବିରରେ ଜିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟର ମହିଳା ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ମହିଳା କର୍ମକର୍ତ୍ତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ସଭା ଶେଷରେ ଆୟୋଜକ ଜିଲ୍ଲା ମଙ୍ଗଳ ଅଧିକାରୀ ସାଗରିକା ଦତ୍ତ ଏବଂ ଜିଲ୍ଲା ହବ୍ ସଂଯୋଜକ ସୁଜାତା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ