ଶ୍ରୀ ଜଗନ୍ନାଥ ସଂସ୍କୃତି କେନ୍ଦ୍ର , ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୧୫ ମଇ (ହି.ସ) - ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବିଶ୍ୱସ୍ତରରେ ପ୍ରଚାର-ପ୍ରସାରକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରସ୍ତାବିତ ‘ଶ୍ରୀ ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ଏବଂ ‘ରଘୁନନ୍ଦନ ଲାଇବ୍ରେରୀ’ ନିର୍ମାଣ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶୁକ୍ରବାର ଦିନ ଲୋକସେବା
hjkguyil


ଭୁବନେଶ୍ୱର,୧୫ ମଇ (ହି.ସ) - ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବିଶ୍ୱସ୍ତରରେ ପ୍ରଚାର-ପ୍ରସାରକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରସ୍ତାବିତ ‘ଶ୍ରୀ ଜଗନ୍ନାଥ ସଂସ୍କୃତି କେନ୍ଦ୍ର’ ଏବଂ ‘ରଘୁନନ୍ଦନ ଲାଇବ୍ରେରୀ’ ନିର୍ମାଣ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶୁକ୍ରବାର ଦିନ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଯୋଗ ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅସୀମ କୃପାରେ ଓଡ଼ିଆ ଅସ୍ମିତା, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟ ସହ ଅଭିନ୍ନ ଭାବେ ଜଡିତ ଏହି ପବିତ୍ର ପରମ୍ପରାକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ପ୍ରସ୍ତାବିତ ଏହି କେନ୍ଦ୍ରରେ ଦୁଇଟି ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଏକ ଅଡିଓ-ଭିଜୁଆଲ ହଲ୍ ରହିବ, ଯାହା ଶିକ୍ଷାଗତ ଆଲୋଚନା, ସେମିନାର, କର୍ମଶାଳା ଏବଂ ଗବେଷଣା କାର୍ଯ୍ୟକୁ ଆହୁରି ଗତିଶୀଳ କରିବ।

ଏହି କେନ୍ଦ୍ର ମାଧ୍ୟମରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ଇତିହାସ, ଦର୍ଶନ, ପରମ୍ପରା ଓ ଲୋକଜୀବନରେ ଏହାର ଗଭୀର ପ୍ରଭାବକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯିବ। ସେହିପରି, ଏଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି, ପ୍ରାଚୀନ ଇତିହାସ ଓ ଧାର୍ମିକ ଐତିହ୍ୟ ଉପରେ ଗଭୀର ଗବେଷଣା କରାଯିବା ସହ ପ୍ରାଚୀନ ଜ୍ଞାନ ଓ ପରମ୍ପରାର ସଂରକ୍ଷଣକୁ ବିଶେଷ ଗୁରୁତ୍ୱ ଦିଆଯିବ।

ବିଶେଷକରି ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି, ପୁରାତନ ମନ୍ଦିରଗୁଡ଼ିକର ଦୁର୍ଲଭ ଦସ୍ତାବିଜ, ପାରମ୍ପରିକ ତଥ୍ୟ ଓ ଐତିହାସିକ ପ୍ରମାଣଗୁଡ଼ିକୁ ଆଧୁନିକ ଡିଜିଟାଲ ପ୍ରଣାଳୀ ମାଧ୍ୟମରେ ସଂରକ୍ଷିତ କରାଯିବ। ଏହା ଫଳରେ ଆଗାମୀ ପିଢ଼ି ଆମ ସମୃଦ୍ଧ ଐତିହ୍ୟ ଓ ଆଧ୍ୟାତ୍ମିକ ଜ୍ଞାନକୁ ସହଜରେ ଅନୁଭବ, ଅଧ୍ୟୟନ ଓ ଗବେଷଣା କରିପାରିବେ।

ଏହି ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ,ଓବିସିସିର ଉପଦେଷ୍ଟା ଜୟକୃଷ୍ଣ ଦାସ,ଓ.ବି.ସି.ସିର ମୁଖ୍ୟ ମହାପ୍ରବନ୍ଧକ -୨ ଇଂ.ଶ୍ରୀଧର ରାଉତ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ ଏବଂ ସ୍ଥପତି ମାନେ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande