
ଭୁବନେଶ୍ୱର, ୧୫ ମଇ (ହି.ସ): ଭୁବନେଶ୍ୱର ଲୋକସେବା ଭବନ ଆଗରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ନିଆଁ ଲଗାଇବା ପୂର୍ବରୁ ୧ ନମ୍ବର ଗେଟ୍ ଆଗରେ ସେଠାରେ ଉପସ୍ଥିତ ଏସ୍ଏସ୍ବି ଯବାନ ମହିଳାଙ୍କୁ କାବୁ କରିଥିଲେ। ଏହି ସମୟରେ ମହିଳା ଜଣକ ବାଣପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିନା ଦୋଷରେ ପୋଲିସ୍ ମିଛ କେସ୍ ରୁଜୁ କରି ତାଙ୍କୁ ଗିରଫ କରିଥିବା ଏବଂ ସେ ୩ ମାସ ଜେଲରେ କାଟିଥିବା ଅଭିଯୋଗ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା