
ଗଂଜାମ, 16 ମେ (ହି.ସ.) ଗୋଳନ୍ଥରା ଥାନା ସିଙ୍ଗାଵାଡି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଦାଦାଵଟି ଆଦାୟ ଓ ମୋରମ ଚାଲାଣକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଆହତ ଯୁବକ ଜଣକ ହେଲେ ହରେଶ ନାୟକ । ଏ଼ହାସହ,ସିହଳାର ତୋଫାନ ସେଠୀଙ୍କ କାରଟିକୁ ଭାଙ୍ଗିରୁଜି ନଷ୍ଟ କରିଛନ୍ତି ଦୁବୃତ୍ତମାନେ। ଗୁରୁତର ଆହତ ହରେଶକୁ ଚିକିତ୍ସା ପାଇଁ ବ୍ରହ୍ମପୁର ଵଡଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ