
ଭୁବନେଶ୍ୱର, 16 ମେ (ହି.ସ.)- ସିକ୍କିମ
ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସିକ୍କିମ ସ୍ଥାପନା
ଦିବସର ଅବସରରେ ସିକ୍କିମର ଲୋକମାନଙ୍କୁ ଆନ୍ତରିକ ଶୁଭେଚ୍ଛା।
ଏହି ଅବସର ଏମିତି ଗୋଟିଏ
ରାଜ୍ୟର ଗର୍ବିତ ଯାତ୍ରାକୁ ସ୍ମରଣ କରାଏ, ଯାହା ନିଜର ବିଶିଷ୍ଟ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବା ସହିତ
ପରିବେଶ ସଚେତନତା, ସାମାଜିକ
ସମନ୍ୱୟ ଏବଂ ସ୍ଥାୟୀ ଉନ୍ନତିର ପ୍ରତୀକ ଭାବେ ଉଦୟ ହୋଇଛି। ସିକ୍କିମର ଅବଦାନ ଭାରତର ବିବିଧତାକୁ
ଆହୁରି ସମୃଦ୍ଧ କରୁଛି ଏବଂ ସହଯୋଗମୂଳକ ପ୍ରଗତିର ଆତ୍ମାକୁ ସୁଦୃଢ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା