ହାଇଦ୍ରାବାଦକୁ ଗୋ ଚାଲାଣ ବେଳେ ଅଲସିଗୁଡାରେ ୧୫ଟି ଗାଈ ଉଦ୍ଧାର, ପୋଲିସର ତଦନ୍ତ ଜାରି
ମାଲକାନଗିରି,୧୭ ମେ (ହି.ସ.) ମାଲକାନଗିରି ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ଗୋରୁ ସଂଗ୍ରହ କରି ଗାଈ ବେପାରୀ ମାନେ ଚିତ୍ରକୋଣ୍ଡା ଓ କାଲିମେଳା ଅଞ୍ଚଳର ମୁଖ୍ୟ ରାସ୍ତାରେ ଦିନ ଦ୍ବିପ୍ରହର ରେ ପ୍ରବଳ ଖରା ରେ ଗୋରୁ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ଚଲାଇ ଚଲାଇ ନେଇ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ
ହାଇଦ୍ରାବାଦକୁ ଗୋ ଚାଲାଣ ବେଳେ ଅଲସିଗୁଡାରେ ୧୫ଟି ଗାଈ ଉଦ୍ଧାର, ପୋଲିସର ତଦନ୍ତ ଜାରି


ହାଇଦ୍ରାବାଦକୁ ଗୋ ଚାଲାଣ ବେଳେ ଅଲସିଗୁଡାରେ ୧୫ଟି ଗାଈ ଉଦ୍ଧାର, ପୋଲିସର ତଦନ୍ତ ଜାରି


ମାଲକାନଗିରି,୧୭ ମେ (ହି.ସ.)

ମାଲକାନଗିରି ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ଗୋରୁ ସଂଗ୍ରହ କରି ଗାଈ ବେପାରୀ ମାନେ ଚିତ୍ରକୋଣ୍ଡା ଓ କାଲିମେଳା ଅଞ୍ଚଳର ମୁଖ୍ୟ ରାସ୍ତାରେ ଦିନ ଦ୍ବିପ୍ରହର ରେ ପ୍ରବଳ ଖରା ରେ ଗୋରୁ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ଚଲାଇ ଚଲାଇ ନେଇ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରେ ଥିବା କଂସେଇ ଖାନାରେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା!ଗତକାଲି ରାତ୍ର ୨ଟା ବେଳେ ଏଭଳି ଏକ ଗୋରୁ ଚାଲାଣ ଚାଲୁଥିବା ଖବର ପାଇ ମାଲକାନଗିରି ସନାତନୀ ଗ୍ରୁପ ଏବଂ ବଜରଙ୍ଗ ଦଳର କେତେକ ଯୁବକ କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଅଲସିଗୁଡା ଗ୍ରାମ ନିକଟରେ ପୁନିମେଟଲା ଅଞ୍ଚଳରୁ ହାଇଦ୍ରାବାଦ ଅଭିମୁଖେ ଚାଲାଣ ହେଉଥିବା ୧୫ଟି ଗାଈ ଅଟକାଇବା ବା ସହ ସେମାନଙ୍କୁ ଚଳାଇଚଳାଇ ନେଇଥିବା କାଲିଗୁଡା ଗ୍ରାମର କରା ମୁତ୍ତା ଓ ମନ୍ଦାପଲ୍ଲୀ ଗ୍ରାମର ଯୋଗ ହାଲବା ଏହି ଦୁଇ ଜଣ ଯୁବକ ଙ୍କୁ ମଧ୍ୟ ଧରି ଏ ସମ୍ପର୍କରେ କାଲିମେଳା ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଘଟଣାସ୍ଥଳରେ ଏସ ଆଇ ବିଜୟ କୁମାର ମାଝୀ, ଏ ଏସ ଆଇ ରମାକାନ୍ତ ସାହୁ, ଇର୍ମା ରାୱା ଓ ହାବିଲଦାର ଦେବା ମାଡକାମି ସହ କାଲିମେଳା ଥାନାର ପୋଲିସ ଟିମ୍ ପହଞ୍ଚି ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି ।

ପୋଲିସ ପକ୍ଷରୁ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟତା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande