
ନୂଆପଡ଼ା,୧୭ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ବିନପୁର ଗ୍ରାମରେ ଆଜି ଏକ ଅଘଟଣ ଘଟିଯାଇଛି। ଗ୍ରାମର ଜଣେ ବୃଦ୍ଧ ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ବୋଡ଼େନ ଗ୍ରାମର ଘାସି ସୁନାନୀ ବୋଲି ଜଣାପଡ଼ିଛି। ଖବର ପାଇ ଉତ୍ୟକ୍ତ ଲୋକେ ବିଜୁ ଏକ୍ସପ୍ରେସ ୱେରେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ବୋଡ଼େନ ପୋଲିସ ପହଂଚି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଉତ୍ୟକ୍ତ ଲୋକେ ଏହି ଅଘଟଣ ପାଇଁ ବିଜୁଳି ବିଭାଗ, ରାଜସ୍ୱ ବିଭାଗ ଓ ଜମି ମାଲିକକୁ ଦାୟୀ କରି ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି। ଘଟଣା ସ୍ଥଳକୁ ତହସିଲଦାର ଓ ବିଜୁଳି ବିଭାଗ ଜେଇ ପହଂଚି କ୍ଷତିପୂରଣ ପ୍ରଦାନ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ