ଡିଜେଲ ଅଭାବ ନେଲା ୫ ହଜାରରୁ ଉର୍ଦ୍ଧ କୁକୁଡ଼ାଙ୍କ ଜୀବନ: ମାଲକାନାଗିରିରେ ଚାଷୀ ସର୍ବସ୍ୱାନ୍ତ
ମାଲକାନଗିରି, ୧୭ ମଇ(ହି.ସ.) – ରାଜ୍ୟରେ ଦେଖାଦେଇଥିବା ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବ ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହ ପକ୍ଷୀପାଳନ ବ୍ୟବସାୟ ଉପରେ ଏକ ମାରାତ୍ମକ ପ୍ରହାର କରିଛି। ଜାଳେଣି ସଙ୍କଟ ଯୋଗୁଁ ସମୟମତେ ଫାର୍ମରେ ତାପମାତ୍ରା ନିୟନ୍ତ୍ରଣ କରାଯାଇ ନପାରିବାରୁ ମାଲକାନଗିରି ପୌରାଂଚଳରେ
ଡିଜେଲ ଅଭାବ ନେଲା ୫ ହଜାରରୁ ଉର୍ଦ୍ଧ କୁକୁଡ଼ାଙ୍କ ଜୀବନ: ମାଲକାନାଗିରିରେ


ମାଲକାନଗିରି, ୧୭ ମଇ(ହି.ସ.) – ରାଜ୍ୟରେ ଦେଖାଦେଇଥିବା ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବ ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିବା ସହ ପକ୍ଷୀପାଳନ ବ୍ୟବସାୟ ଉପରେ ଏକ ମାରାତ୍ମକ ପ୍ରହାର କରିଛି। ଜାଳେଣି ସଙ୍କଟ ଯୋଗୁଁ ସମୟମତେ ଫାର୍ମରେ ତାପମାତ୍ରା ନିୟନ୍ତ୍ରଣ କରାଯାଇ ନପାରିବାରୁ ମାଲକାନଗିରି ପୌରାଂଚଳରେ ପ୍ରାୟ ୫,୦୦୦ ରୁ ଉର୍ଦ୍ଧ କୁକୁଡ଼ାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଏହି ଅଭାବନୀୟ ଘଟଣା ଯୋଗୁଁ ସମ୍ପୃକ୍ତ ଚାଷୀ ସମ୍ପୂର୍ଣ୍ଣ ଭାବେ ସର୍ବସ୍ୱାନ୍ତ ହୋଇପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ୱାର୍ଡ ନଂ ୦୧ ମୁଣ୍ଡାଗୁଡ଼ା ଅଂଚଳର ଚାଷୀ ମନୋଜ କୁମାର ପାଢ଼ୀଙ୍କର ଏକ ବଡ଼ କୁକୁଡ଼ା ଫାର୍ମ ରହିଛି। ସାଧାରଣତଃ କୁକୁଡ଼ା ଫାର୍ମଗୁଡ଼ିକରେ କୁକୁଡ଼ା ଚିଆଁ ଏବଂ ବଡ଼ କୁକୁଡ଼ାଙ୍କୁ ସୁରକ୍ଷିତ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ଏବଂ ନିରବଚ୍ଛିନ୍ନ ବାୟୁ ଚଳାଚଳର ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ବାରମ୍ବାର ବିଦ୍ୟୁତ କାଟ୍ ସମୟରେ ବଡ଼ ବଡ଼ ଜେନେରେଟର ବ୍ୟବହାର କରାଯାଏ, ଯାହା ସମ୍ପୂର୍ଣ୍ଣ ଭାବେ ଡିଜେଲ ଉପରେ ନିର୍ଭରଶୀଳ। ହେଲେ ଗତ କିଛି ଦିନ ହେବ ବଜାରରେ ଡିଜେଲର ପ୍ରବଳ ଅଭାବ ଯୋଗୁଁ ଜେନେରେଟର ଚଲାଇବା ସମ୍ଭବ ହୋଇନଥିଲା। ଫଳରେ ଫାର୍ମ ଭିତରେ ଉତାପ ବୃଦ୍ଧି ପାଇବା ସହ ବାୟୁ ଚଳାଚଳ ବନ୍ଦ ହୋଇଯାଇଥିଲା। ପ୍ରବଳ ଗରମ ଓ ଶ୍ୱାସରୁଦ୍ଧ ହେବା ଯୋଗୁଁ ଗୋଟିଏ ପରେ ଗୋଟିଏ ଏଭଳି ୫ ହଜାର କୁକୁଡ଼ା ଆଖି ବୁଜିଛନ୍ତି।

ଡିଜେଲ ଟିକିଏ ପାଇଁ ପେଟ୍ରୋଲ ପମ୍ପକୁ ଦୌଡ଼ି ଦୌଡ଼ି ଡିଜେଲ ମିଳିଲା ନାହିଁ, ଯାହାଫଳରେ ଆଖି ସାମ୍ନାରେ କୁକୁଡ଼ାଗୁଡ଼ିକ ଛଟପଟ ହୋଇ ମରିଗଲେ। ଏହି ବିରାଟ ଆର୍ôଥକ କ୍ଷତିର ଭରଣା ମୁଁ କେମିତି କରିବି ଜାଣିପାରୁନାହିଁ କହିଛନ୍ତି ଫାର୍ମ ମାଲିକ!

ଜାଳେଣି ସଙ୍କଟ କେବଳ ଫାର୍ମ ଭିତରେ ସୀମିତ ନାହିଁ, ବରଂ ଗାଡ଼ି ଚଳାଚଳ ବନ୍ଦ ଥିବାରୁ କୁକୁଡ଼ା ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପରିବହନ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଯଦି ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ଏହି ବ୍ୟବସାୟ ସହ ଜଡ଼ିତ ହଜାର ହଜାର ଚାଷୀ ବଡ଼ ଆର୍ôଥକ ସଙ୍କଟର ସମ୍ମୁଖୀନ ହେବେ ଏବଂ ବଜାରରେ କୁକୁଡ଼ା ମାଂସ ଓ ଅଣ୍ଡା ଦର ଆକାଶଛୁଆଁ ହେବାର ଆଶଙ୍କା ଦେଖାଦେଇଛି।

ସରକାର ଓ ଜିଲ୍ଲା ପ୍ରଶାସନ ଏହି ଜରୁରୀ ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ତୁରନ୍ତ ଜାଳେଣି ଯୋଗାଣ ସୁନିଶ୍ଚିତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande