
ଗଂଜାମ, 17 ମେ (ହି.ସ.) ଗଞ୍ଜାମ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକ ଗତକାଲି ରାତିରେ ବ୍ରହ୍ମପୁର ପୁଲିସର ଏନ୍କାଉଣ୍ଟରରେ ଗୁରୁତର ଆହତ ହୋଇଛନ୍ତି। ଵ୍ରହ୍ମପୁର ସହର ନିକଟସ୍ଥ ଏକସ୍ଥାନରେ ପୁଲିସ ଦୀପୁନକୁକାବୁ କରିବାକୁ ଉଦ୍ୟମ କଲା ବେଳେ ଦୀପୁନା ପୁଲିସ ଉପରକୁ ବୋମାମାଡ଼ କରି ଗୁଳି ମାଡ଼ କରିବାରୁ ପୁଲିସ ଆତ୍ମ ରକ୍ଷା ପାଇଁ ଦୀପୁନା ଉପରକୁ ଗୁଳିମାଡ଼ କରିଥିଲେ। ପୁଲିସ ଗୁଳିରେ ଦୀପୁନା ଗୁରୁତର ଆହତ ହୋଇଛି,ତାର ବାମ ଆଣ୍ଠୁରେ ଗୁଳି ମାଡ଼ ହୋଇଛି। ଦୀପୁନାର ଘର ଲାଞ୍ଜିପଲ୍ଲୀ ଅଞ୍ଚଳରେ। ଦୀପୁନା ନାମରେ ୧୨ରୁ ଅଧିକ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି।ଦୀପୁନାକୁ ଵ୍ରହ୍ମପୁର ଵଡଡାକ୍ତରଖାନା୍ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି। ଦୀପୁନା ଖୋଡାସିଙ୍ଗି ଓଭର ବ୍ରିଜ ଉପରୁ ଜଣେ ଯୁବକକୁ ଠେଲି ଦେଇଥିଲା।ଫଳରେ ଯୁଵକଟି ଗୁରୁତର଼ ହୋଇ ସେ ମଧ୍ୟ ଵ୍ରହ୍ମପୁର ବଡଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ବ୍ରହ୍ମପୁର ପୁଲିସ ଏସ୍ ପିଅନ୍ଯ ଅଧିକାରୀ ମାନେ ଡାକ୍ତରଖାନା ପରିଦର୍ଶନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ