ତେଲେଙ୍ଗାନାର ୟଦାଦ୍ରି ତାପଜ ବିଦ୍ୟୁତ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ
ହାଇଦ୍ରାବାଦ, ୧୭ ମଇ(ହି.ସ.) – ରାଜ୍ୟର ନାଲଗୋଣ୍ଡା ସ୍ଥିତ ୟାଦାଦ୍ରି ଅଲଟ୍ରା ମେଗା ଥର୍ମାଲ ପାୱାର ଷ୍ଟେସନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। କର୍ମଚାରୀଙ୍କ ସତର୍କତାରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ତେଲେଙ୍ଗାନା ପାୱାର ଜେନେରେସନ୍ କର୍ପ
ତେଲେଙ୍ଗାନାର ୟଦାଦ୍ରି ତାପଜ ବିଦ୍ୟୁତ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ


ହାଇଦ୍ରାବାଦ, ୧୭ ମଇ(ହି.ସ.) – ରାଜ୍ୟର ନାଲଗୋଣ୍ଡା ସ୍ଥିତ ୟାଦାଦ୍ରି ଅଲଟ୍ରା ମେଗା ଥର୍ମାଲ ପାୱାର ଷ୍ଟେସନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ବର୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। କର୍ମଚାରୀଙ୍କ ସତର୍କତାରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ତେଲେଙ୍ଗାନା ପାୱାର ଜେନେରେସନ୍ କର୍ପୋରେସନ୍ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ରବିବାର ଦିନ ୟାଦାଦ୍ରି ଅଲଟ୍ରା ମେଗା ଥର୍ମାଲ ପାୱାର ଷ୍ଟେସନ(ୱାଇଏଟିପି) ପ୍ଲାଂଟର ୟୁନିଟ୍ ୩ ସ୍ଥାନରେ ଟର୍ବାଇନ୍ ଚାଳିତ ବଏଲର ଫିଡ୍ ପମ୍ପ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ନିଆଁ ଲାଗିବା ମାତ୍ରେ କାରଖାନାରେ କାମ କରୁଥିବା କର୍ମଚାରୀ ଏବଂ ଅଧିକାରୀମାନେ ସେମାନଙ୍କ ଜୀବନ ବଂଚାଇବା ପାଇଁ ସେଠାରୁ ପଳାଇ ଯାଇଥିଲେ। ତେବେ କାରଖାନାର କର୍ମଚାରୀଙ୍କ ସତର୍କତା କାରଣରୁ ଟର୍ବାଇନ୍ ଏବଂ ବଏଲର୍ ସମେତ ମୁଖ୍ୟ ଉପକରଣଗୁଡ଼ିକ ନିଆଁରୁ ରକ୍ଷା ପାଇଯାଇଥିଲେ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପମ୍ପରେ ଲୁବ୍ରିକେସନ୍ ତୈଳ ଲିକ୍ ହେତୁ ଅଗ୍ନିକାଣ୍ଡ ଘଟିଥିଲା। ତୈଳ ଲିକେଜ ଯୋଗୁଁ କାରଖାନା ଅଂଚଳରେ ଘନ ଧୂଆଁ ମାଡ଼ି ଆସିଥିଲା। ଏହା କେତେକ ମୁଖ୍ୟ ଉପକରଣକୁ ବ୍ୟାପକ କ୍ଷତି ପହଂଚାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ବୋଲି ଅଧିକାରୀମାନେ ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିଆଁରେ କଂଟ୍ରୋଲ୍ କେବୁଲ ଏବଂ ଭଲଭ୍ ସମେତ କିଛି ମୁଖ୍ୟ ଉପକରଣ କ୍ଷତିଗ୍ରସ୍ତ ହୋଇଛି। ତେଲେଙ୍ଗାନା ପାୱାର ଜେନେରେସନ୍ କର୍ପୋରେସନର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ଘଟଣାର କାରଣ ଏବଂ କ୍ଷୟକ୍ଷତିର ଆକଳନ କରିଛନ୍ତି। ଏହି ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande