ଅଙ୍ଗନଦୀ ବାଲି ଚୋରା ଚାଲାଣ ୫ ହଇୱା ଅଟକ
ବଲାଙ୍ଗୀର, ୧୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର(ଡୁଡୁକା)ବ୍ଳକରେ ପ୍ରବାହିତ ଅଙ୍ଗନଦୀ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଆସୁଥିବା ବେଳେ ୫ହାଇୱା ଅଟକ ରାଖାଯାଇଛି। ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଘାଟ ମାନଙ୍କରେ ମିଡ୍ ନାଇଟ ଅପରେସନ କରାଯାଇଥିଲା। ଆଗଲପୁର ଥାନ
ଅଙ୍ଗନଦୀ ବାଲି ଚୋରା ଚାଲାଣ ୫ ହଇୱା ଅଟକ


ବଲାଙ୍ଗୀର, ୧୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର(ଡୁଡୁକା)ବ୍ଳକରେ ପ୍ରବାହିତ ଅଙ୍ଗନଦୀ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଆସୁଥିବା ବେଳେ ୫ହାଇୱା ଅଟକ ରାଖାଯାଇଛି। ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଘାଟ ମାନଙ୍କରେ ମିଡ୍ ନାଇଟ ଅପରେସନ କରାଯାଇଥିଲା। ଆଗଲପୁର ଥାନା ନଅଗାଁ(କ)ଠାରୁ ଲୋଇସିଂହା ଥାନା ସାଲେଭଟା ଫାଣ୍ଡି କୁଟାସିଂହା ପର୍ଯ୍ୟନ୍ତ ପ୍ରବାହିତ ଅଙ୍ଗନଦୀ ବାଲିଘାଟମାନଙ୍କ ରେ ବାଲିମାଫିଆଙ୍କ ଲୁଟତରାଜ ଚାଲିଥିବା ସାମନାକୁ ଆସିଥିଲା। ଆଇନ୍ ବ୍ୟବସ୍ଥା ଆଖିରେ ଧୁଳିଦେଇ ବର୍ଷବର୍ଷ ବେଆଇନ୍ ଭାବରେ ଜେସିବି ଲଗାଯାଇ ହାଇୱାରେ ବାଲିଚାଲଣ କରାଯାଇଛି। ଅଗଲପୁର ଥାନା ନଅଗାଁ(କ), ବାଞ୍ଜିପାଲି, ଫଟାମୁଣ୍ଡା,ଫାସଡ, ସାଲେଭଟା, ତେନ୍ତୁଲିଗାଁ ଆଦି ସରକାରୀ ଆକାରରେ ବାଲିଘାଟ ରହିଥିବା ବେଳ ମୁରଶୁଣ୍ଢୀ ପହଣ୍ଡି,ଶୁଖା ଆଦି ବେଆଇନ ଭାବରେ ବାଲିମାଫିଆମାନେ ନିଜ ମନଇଚ୍ଛା ମୁତାବକ ବାଲିଘଟ ତିଆରିକରି ବେଆଇନ ଭାବରେ ଏଠାରୁ ରାଜ୍ୟବାହାର ଛତିଶଗଡ ପର୍ଯ୍ୟନ୍ତ ବାଲିଚାଲଣ କରୁଥିବା ଅଭିଯୋଗ ହୋଇଆସୁଛି। ସବୁ ଯାଣି ପ୍ରଶାସନ ନିରବଦ୍ରଷ୍ଟା ରହିଥିବା ଅଭିଯୋଗ ହୋଇଆସୁଥିଲା। ବର୍ଷବର୍ଷ ଧରି ବେଆଇନ ବାଲିଚାଲଣ କରାଯାଉଥିବାରୁ କୋଟିକୋଟି ଟଙ୍କାର ରାଜସ୍ୱହାନି ହେଉଛି।

ରାତିରେ ମିଡନାଇଟ୍ ଅପରେସନ କରି ଚଢ଼ାଉ କରାଯାଇଛି। ଆଗଲପୁର ରେ ୩ ହାଇୱା ଓ ସାଲେଭଟା ଫାଣ୍ଡିରେ ୨ହାଇୱା ଅଟକ ରଖାଯାଇଛି। ବେଆଇନ ଭାବେ ବାଲିଚାଲଣ କରୁଥିବା ଓଡି୦୩ଏ ବି ୧୩୧୩ ଓ ଓଡି୦୩ଏ ଏଚ୍୮୨୩୪ ନମ୍ବର ହାଇୱାକୁ ସାଲେଭଟା ଫାଣ୍ଡିରେ ଅଟକ ରାଖାଯାଇଛି ବୋଲି ସାଲେଭଟା ଫାଣ୍ଡି ପକ୍ଷରୁ ସୁଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande