ସୋନପୁର ଥାନାରେ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ
ସୁବର୍ଣ୍ଣପୁର, ୧୭ ମଇ(ହି.ସ.) – ଓଡ଼ଶା ସରକାର ପୋଲିସ ମହାନିରୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଓ ସୁବର୍ଣ୍ଣପୁର ଏସପି ଙ୍କ ପରାମର୍ଶ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ସୋନପୁର ଥାନା ପରିସରରେ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଥାନା ଭାରପ
ସୋନପୁର ଥାନାରେ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ


ସୁବର୍ଣ୍ଣପୁର, ୧୭ ମଇ(ହି.ସ.) – ଓଡ଼ଶା ସରକାର ପୋଲିସ ମହାନିରୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଓ ସୁବର୍ଣ୍ଣପୁର ଏସପି ଙ୍କ ପରାମର୍ଶ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ସୋନପୁର ଥାନା ପରିସରରେ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ ଉତ୍ସବ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯାଦୁବ ବାଗଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଭାବେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ କଲ୍ୟାଣୀ ବେହେରା ଯୋଗଦେଇ ବରିଷ୍ଠ ନାଗରିକମାନେ ଏକା ନୁହନ୍ତି ତାଙ୍କୁ ପୋଲିସ ସବୁଠି ସବୁବେଳେ ସାହାଯ୍ୟ କରିବାକୁ ସଜାଗ ରହିଛି ବୋଲି କହିଥିଲେ ଓ ସମାଜ ସୁଧାର ପାଇଁ ପୋଲିସକୁ ସହଯୋଗ କାମନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସହରର ୧୩ ଜଣ ବରିଷ୍ଠ ନାଗରିକଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରିଥିଲେ ଓ ଶ୍ରୀ ଯାଦବ ବାଗ ସଭା ସଂଯୋଜନା କରି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସୂଚନା ଫର୍ଷ ପ୍ରଦାନ ପୂର୍ବକ ଏହାର ନୀତି ନିୟମ ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଥିଲେ। କୌଣସି ବି ଜାଗାରେ ଅସୁବିଧା ଭୋଗିଲେ ନିର୍ଯାତିତ ହେଲେ ପୋଲିସକୁ ତୁରନ୍ତ ସୁଚନା ଦେବାକୁ କହିଥିଲେ ଓସମାଜ ଓ ଦେଶ ଗଠନ ରେ ବରିଷ୍ଠ ନାଗରିକଙ୍କ ପ୍ରମୁଖ ଦାୟିତ୍ୱ ରହିଛି। ନିଜର ସୁବିଧା ସୁଯୋଗ ନେବା ସହିତ ସମାଜ ପାଇଁ ଦେଶ ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ପଡିବ ବୋଲି ବରିଷ୍ଠ ନାଗରିକ ତଥା ଆଇନ ଜୀବୀ ପ୍ରଦୀପ ପୁରୋହିତ କହିଥିଲେ ଓ ବରିଷ୍ଠ ନାଗରିକ ଦେଶ ପାଇଁ ଜଣେ ଜଣେ ବୁଢ଼ା ନୁହଁନ୍ତି ସେମାନେ ଦେଶ ପାଇଁ ଲୋଡ଼ା ବୋଲି କହିଥିଲେ ଓ ସଭାରେ ବରିଷ୍ଠ ନାଗରିକ ମାନେ ମଧ୍ୟ ନିଜ ନିଜ ର ବିଭିନ୍ନ ସମସ୍ୟା ଓ ଅନୁଭୂର୍ତି ପ୍ରକାଶ କରିଥିଲେ ଓ ପୋଲିସ ଏସ ଆଇ ଅମିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande