ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ
ମାଲକାନଗିରି , ୧୭ ମଇ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ସ୍ନାତକ ମହାବିଦ୍ୟାଳୟ ପରିସରରେ କିସ କୋର କମିଟି ଜିଲ୍ଲା ସମ୍ପାଦକ ନରସିଂହ ନାୟକଙ୍କ ନେତୃତ୍ୱରେ ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇ ଯାଇଛି।ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥ
ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି।


ମାଲକାନଗିରି , ୧୭ ମଇ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ସ୍ନାତକ ମହାବିଦ୍ୟାଳୟ ପରିସରରେ କିସ କୋର କମିଟି ଜିଲ୍ଲା ସମ୍ପାଦକ ନରସିଂହ ନାୟକଙ୍କ ନେତୃତ୍ୱରେ ଆଜି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇ ଯାଇଛି।ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆର.ସତ୍ୟ ନାରାୟଣ ରାଓ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମହାବିଦ୍ୟାଳୟ ର ଉନ୍ନତିକରଣ ଦାତା ତଥା ଚାଉଳମେନ୍ଦୀ ପଞ୍ଚାୟତ ର ସରପଞ୍ଚ ଜଳନ୍ଧର ନାୟକ ଯୋଗ ଦେଇଥିଲେ।ସେହିପରି ସମ୍ମାନିତ ଅତିଥି ଭାବରେ ସମାଜସେବୀ ରାମଚନ୍ଦ୍ର ମାଛା, ମହାବିଦ୍ୟାଳୟ ଅଧକ୍ଷା ନିଳିମା ମହାନ୍ତି, ବରିଷ୍ଠ ଶିକ୍ଷା ଅଧ୍ୟାପକ ରତ୍ନାକର ସାହୁ ଓ ରଞ୍ଜନ କୁମାର ରାଉତ,ଅଧ୍ୟାପିକା ବବିତା ନାୟକ, ବିଶ୍ୱଜ୍ୟୋତି ନାୟକ ବରିଷ୍ଠ ସାମ୍ବାଦିକ ବାସୁଦେବ ଜେନା ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପୂର୍ବରୁ ମହାବିଦ୍ୟାଳୟ ର ପ୍ରଥମ ବର୍ଷର ଛାତ୍ର ସନ୍ତୋଷ କିର୍ଷାନିଙ୍କ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା ହୋଇଥିଲା।ପରେ କାର୍ଯ୍ୟକ୍ରମ ରେ ଆଜି ମେ ୧୭ ତାରିଖ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ୨୦୧୩ ମସିହା ଆଜିର ଦିନ ଠାରୁ ଡକ୍ଟର ଅଚ୍ୟୁତ ସାମନ୍ତ ଦ୍ୱାରା ଆରମ୍ଭ ହୋଇଥିଲା।ଏହି କ୍ଷୁଦ୍ର ପ୍ରୟାସ, ଅଭିଯାନ ଏବେ ଏକ ବିଶାଳ ବୈଶିକ ଆନ୍ଦୋଳନରେ ପରିଣତ ହୋଇଛି।୨୦୧୩ ମସିହା ମେ ୧୭ ତାରିଖରୁ ଏହି ଯାତ୍ରା ବିଶ୍ୱରେ ୨୨୨ଟି ଦେଶକୁ ପ୍ରସାରିତ ହୋଇଛି।ବର୍ଷକୁ ବର୍ଷ ଏହି ଅଭିଯାନର ଆକାର ପ୍ରକାର,କଳେବର ଓ ଭୂଗୋଳ ଦ୍ରୁତ ଗତିରେ ବୃଦ୍ଧି ପାଉଛି।ଆଜି ଆର୍ଟ ଅଫ ଗିଭିଂ ଦିବସ ୨୨୨ ଦେଶ ତଥା ଭାରତରେ ପଲ୍ଲୀ ଠାରୁ ଆରମ୍ଭ କରି ମହନଗରୀ ପର୍ଯ୍ୟନ୍ତ ପାଳନ କରାଯାଉଛି।ଏଥିରେ ଜାତି,ଧର୍ମ, ଲିଙ୍ଗ,ଜନ୍ମ ସ୍ଥାନ,ଜାତୀୟତା, , ବୟସ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଛନ୍ତି।ତାହା ସହିତ ଛାତ୍ରଛାତ୍ରୀ ଙ୍କ ଠାରୁ ବରିଷ୍ଠ ନାଗରିକ, ପଲ୍ଲୀବାସୀ ବନବାସୀ, ସହରବାସୀ ଓ ନଗରବାସୀ ସମସ୍ତେ ଏକ ବିଚାର ର ସୂତ୍ରରେ ବାନ୍ଧି ହୋଇଛନ୍ତି।ଯେଉଁ ବନ୍ଧନ ମୁକ୍ତ ହୃଦୟର ବନ୍ଦନା ଗାନ କରେ।ଜୀବନର ଜୟ ଗାନ କରେ ସଂକୀର୍ଣ୍ଣତାର ସୀମା ବିଲୋପ କରି ଅସୀମତାର ଆବାହନ କରେ।ଏଥୁରୁ ଦୟା ଧର୍ମ ଦାନ ଦର୍ଶନର ସାର୍ବଜନିନତା ସ୍ପଷ୍ଟ ଅନୁଭୂତ ଆଗାମୀ ସମୟରେ ଯେ ଉଜ୍ଜ୍ୱଳ ସମୟ,ଆଲୋକ ଓ ଆନନ୍ଦର ସମୟ ଏହି ଉପଲବ୍ଧି ଆମ ସମସ୍ତଙ୍କୁ ପୁଲକିତ କରିବ ବୋଲି ଅତିଥିମାନେ ଅବିଭାଷଣ ରଖିଥିଲେ।ଏହି ଦିବସ ଅବସରରେ ଅତିଥି ମାନଙ୍କ ଦ୍ୱାରା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଟି ସାର୍ଟ, ଡାୟରୀ ଓ ପେନ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଖେଳ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande