ଉଚିତ ପାରିଶ୍ରମିକ ପାଉନାହାନ୍ତି କେନ୍ଦୁପତ୍ର ତୋଳାଳି ,ମିଳୁନି ସରକାରୀ ସହାୟତା, ବେପାରୁଆ ଜଙ୍ଗଲ ବିଭାଗ
ଜୟପୁର, 17 ମେ (ହି.ସ.)କୋରାପୁଟ ଜିଲା ୩୫ ଡିଗ୍ରୀରେ ସିଜୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଖାତିର ନକରି ପିଲା ଛୁଆକୁ ଘରେ ଛାଡି ଗୋଡ଼ କାଡନ୍ତି ଗରିବ ଲୋକ । ଏ ଜଙ୍ଗଲ ସେ ଜଙ୍ଗଲ ବିଲ ଭଟା ବୁଲି ବୁଲି ସଂଗ୍ରହ କରିଥାନ୍ତି କେନ୍ଦୁପତ୍ର!ଏମାନଙ୍କ ପାଇଁ ନା ମିଳୁଛି ଉଚିତ ପାରିଶ୍ରମିକ ନା ବୋନର୍ସ
ଉଚିତ ପାରିଶ୍ରମିକ ପାଉନାହାନ୍ତି କେନ୍ଦୁପତ୍ରତୋଳାଳି ,ମିଳୁନି ସରକାରୀ ସହାୟତା. ବେପରୁଆ ଜଙ୍ଗଲ ବିଭାଗ


ଜୟପୁର, 17 ମେ (ହି.ସ.)କୋରାପୁଟ ଜିଲା ୩୫ ଡିଗ୍ରୀରେ ସିଜୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଖାତିର ନକରି ପିଲା ଛୁଆକୁ ଘରେ ଛାଡି ଗୋଡ଼ କାଡନ୍ତି ଗରିବ ଲୋକ । ଏ ଜଙ୍ଗଲ ସେ ଜଙ୍ଗଲ ବିଲ ଭଟା ବୁଲି ବୁଲି ସଂଗ୍ରହ କରିଥାନ୍ତି କେନ୍ଦୁପତ୍ର!ଏମାନଙ୍କ ପାଇଁ ନା ମିଳୁଛି ଉଚିତ ପାରିଶ୍ରମିକ ନା ବୋନର୍ସ ଅବା ଅନ୍ୟାନ୍ୟ ସରକାରୀ ସୁବିଧା ।ଏଭଳି ଘଟଣା କୋରାପୁଟ ଜିଲା ଜିଲା ଜୟପୁର ଉପଖଣ୍ଡରେ ଅଭିଯୋଗ ହେଉଥିବା ଜଣାପଡିଛି । ସେଠାରେ ଥିବା ମୁନ୍ସୀ, କର୍ମଚାରୀମାନେ କେନ୍ଦୁପତ୍ର ତୋଳାଳିଙ୍କୁ ରିମୋଟ କଣ୍ଟ୍ରୋଲ ଭଳି ନଚାଉଥିବା ଅଭିଯୋଗ ହେଉଛି । ସେମାନଙ୍କ କହିବାନୁଯାଇ ପାରିଶ୍ରମିକ ତୁଳନାରେ କମ ଟଙ୍କା ମିଳୁଥିବା, ଅନ୍ୟପଟେ ବୋନର୍ସ ନମିଳିବା ସାଙ୍ଗକୁ ପାଣିବୋତଲ,ଟୋପି,ଚପଲ,ଛତା ସହ ବିଭିନ୍ନ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ କରନ୍ତି । ସରକାର ସିଧା ସଳଖ ଭାବେ କେନ୍ଦୁପତ୍ର ଲିପ୍ପଟ ବା ଜଙ୍ଗଲବିଭାଗ ମାଧ୍ୟମରେ ଲୋକଙ୍କଠାରୁ କିଣିଥାନ୍ତି ।ଏଥିପାଇଁ ବିଭାଗର କର୍ମଚାରୀ ସହିତ ଲିପ୍ପଟଚେକର ଆଦିଙ୍କୁ ନିଯୁକ୍ତି ଦିଆଯାଇଥାଏ!ତେବେ ଏହି ନିଯୁକ୍ତ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କୁ ମୁନ୍ସୀ ଭାବେ ରଖି କେନ୍ଦୁପତ୍ର କ୍ରୟ କରୁଥିବା ଜଣାଯାଇଛି । ବୋନେସ ଜ଼ିଲ୍ଲାର ବିଭିନ୍ନ କେନ୍ଦୁପତ୍ର ସେଣ୍ଟର ମାନଙ୍କର କର୍ମଚାରୀ ମାନେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ଭକୁଆ ବନାଇ ଆଜି ଯାଏଁ ଛତା,ଟୋପି, ପାଣିବୋତଲ,ଚପଲ ଓ ଅନ୍ୟନ୍ୟ ସାମଗ୍ରୀ ଯୋଗାଇନଥିବା ନେଇ ତୋଳାକିଙ୍କ ଭିତରେ ଘୋର ଅସନ୍ତୋଷ ର ସାନିଟାଈଜ, ନା ମାକ୍ସ । ଏବିଷୟରେ ଏହି କେନ୍ଦୁପତ୍ର ଲିପ୍ପଟ ସେଣ୍ଟର ମାନଙ୍କର ମୁନ୍ସୀ ମାନଙ୍କୁ ପଚାରିଲେ ବେପରୁଆ ଢଙ୍ଗରେ ଉତ୍ତର ମିଳୁଥିବା ଶୁଣିବାକୁ ମିଳେ ।ଚଳିତ ବର୍ଷ ପାଇଁ କେନ୍ଦୁପତ୍ର ସାଇତି ରଖିବା ଗୃହରେ ସୂଚନା ଫଳକ କୌଣସି ସେଣ୍ଟର ମାନଙ୍କରେ ଆଜି ଯାଏଁ ଲେଖା ନଥିବା ଦେଖାଯାଇଛି ।କେତେକ ସେଣ୍ଟର ମାନଙ୍କରେ ତୋଳାଳୀ ମାନଙ୍କ ପାଇଁ ପାଣିର ବ୍ୟବସ୍ଥା ଅଛି କି ନାହିଁ । ପରିସ୍ଥିତି କୁ ଅନୁମାନ କରାଗଲେ ଜଣାଯାଏଯେ ସୂଚନା ଫଳକରେ ଲେଖା ଥିବା ମୂଲ୍ୟ କେତେ ବେପରୁଆ ନୀତିନିୟମରେ ଏଠି କାମ ଚାଲୁଛି ତାହା ତଦାରଖ କଲେ ଲୋକଲୋଚନ କୁ ଆସିବ ବୋଲି କିଛି ବୁଦ୍ଧିଜିବି ପ୍ରକାଶ କରନ୍ତି । ଏଣୁ ଜ଼ିଲ୍ଲା ପ୍ରଶାସନ ଅତି ଶୀଘ୍ର ତଦାରଖ କରି କଲେ ସବୁ ଜଣା ପଡିବ ବୋଲି ମତ ପ୍ରକାଶ ପାଇଛି । ---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande