ଦୁଲଦୁଲି କଳା ପରିଷଦର ସାମ୍ବାଦିକ ସମ୍ମିଳନୀ : ପରିଷଦର ୨୫ ବର୍ଷ ପୂର୍ତି ଅବସରରେ ଲୋକ କଳା ଉତ୍ସବ ଆସନ୍ତା ୨୨ରୁ ୨୪
ବଲାଙ୍ଗୀର, ୧୭ ମଇ(ହି.ସ.) – ଆସନ୍ତା ୨୨ ରୁ ୨୪ ଯାଏଁ ଦୁଲୁକିବ ବଲାଙ୍ଗିର। ଦୁଲଦୁଲି କଳା ପରିଷଦର ୨୫ ବର୍ଷ ପୂର୍ତି ଅବସରରେ ଜାତୀୟ ଆଦିବାସୀ ନୃତ୍ୟ ସଙ୍ଗୀତ ସମାରୋହ ଅବସରରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ସ୍ଥାନୀୟ ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠି
ଦୁଲଦୁଲି କଳା ପରିଷଦର ସାମ୍ବାଦିକ ସମ୍ମିଳନୀ : ପରିଷଦର ୨୫ ବର୍ଷ ପୂର୍ତ୍ତି ଅବସରରେ ଲୋକ କଳା ଉତ୍ସବ ଆସନ୍ତା ୨୨ ରୁ ୨୪


ବଲାଙ୍ଗୀର, ୧୭ ମଇ(ହି.ସ.) – ଆସନ୍ତା ୨୨ ରୁ ୨୪ ଯାଏଁ ଦୁଲୁକିବ ବଲାଙ୍ଗିର। ଦୁଲଦୁଲି କଳା ପରିଷଦର ୨୫ ବର୍ଷ ପୂର୍ତି ଅବସରରେ ଜାତୀୟ ଆଦିବାସୀ ନୃତ୍ୟ ସଙ୍ଗୀତ ସମାରୋହ ଅବସରରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ସ୍ଥାନୀୟ ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁଲଦୁଲି କଳା ପରିଷଦର ଅନନ୍ତ ଦାସ, ବାସୁଦେବ ସା, ଅଭିନେତ୍ରୀ ବିଦ୍ୟୁସ୍ମିତା ଦାସ, ବ୍ୟାସଦେବ ପୁରୋହିତ, ସୁଦାମ ବିଶି, ସନ୍ତୋଷ ପାଣିଗ୍ରାହୀ, ରସରାଜ ଅଚ୍ୟୁତ ପୁରୋହିତ, ସ୍ୱରୂପା ସିଂ ଓ କୁନା ବାଗ ପ୍ରମୁଖ ମଂଚାସୀନ ଥିଲେ। ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରେ ଆସନ୍ତା ୨୨, ୨୩ ଓ ୨୪ରେ ଏହି ଲୋକ କଳା ଉତ୍ସବ ୨୦୨୬ ବଡ଼ ଧୁମଧାମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମାନ୍ୟଗଣ୍ୟ ଅଥିତି ଓ ସୁନାମ ଧନ୍ୟ କଳାକାର ଯୋଗ ଦେବାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସାରା ବଲାଙ୍ଗୀର ସହର ବାଜା, ଗାଜାର ତାଳେ ତାଳେ ଦୁଲୁକିବ ବୋଲି କୁହାଯାଇଛି। ଏହି ଅବସରରେ ଦୁଲଦୁଲି କଳା ପରିଷଦର ଲୋଗୋ ଉନ୍ମୋଚନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande