
ଭୁବନେଶ୍ୱର, 17 ମଇ (ହି.ସ.)ଆଜି କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ମଣ୍ଡଳ ବିଜେପି ପକ୍ଷରୁ ଢେଙ୍କିକୋଟ ବଜାର ଠାରେ ମହିଳା ଜନ ଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂସଦରେ ମହିଳା ସଂରକ୍ଷଣ ବିଲ ପ୍ରତି ବିରୋଧୀ ଦଳର ଅସହଯୋଗ ଓ ମହିଳା ସଶକ୍ତିକରଣ ବିରୋଧୀ ମନୋଭାବର ପ୍ରତିବାଦ ସ୍ୱରୂପ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।
ମହିଳାମାନଙ୍କର ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ଭାରତୀୟ ଜନତା ପାର୍ଟି ସଦା ସର୍ବଦା ପ୍ରତିବଦ୍ଧ। ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ନାରୀ ଶକ୍ତିକୁ ସମ୍ମାନ ଓ ସଶକ୍ତ କରିବା ଦିଗରେ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ