

ଷ୍ଟକହୋମ୍ (ସ୍ୱିଡେନ)/ଦ ହେଗ୍ (ନେଦରଲ୍ୟାଣ୍ଡ) ୧୭ ମଇ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁରୋପ ଏବଂ ମଧ୍ୟପ୍ରାଚ୍ୟର ପାଞ୍ଚଟି ରାଷ୍ଟ୍ରର ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନରେ ପହଞ୍ଚିବେ। ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ସେ ସ୍ୱିଡେନର ଗୋଥେନ୍ବର୍ଗ ସହରରେ ଦୁଇ ଦିନ ରହିବେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱିଡେନର ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଭାରତ-ସ୍ୱିଡେନ ଦ୍ୱିପାକ୍ଷିକ ସମ୍ପର୍କକୁ ସବୁଜ-ପରିବର୍ତ୍ତନ, ଡିଜିଟାଲ-ନବସୃଜନ ଏବଂ ପ୍ରତିରକ୍ଷା-ପ୍ରଯୁକ୍ତି ଉପରେ ଧ୍ୟାନ ଦେଇ ଏକ ପ୍ରଯୁକ୍ତି ପରିଚାଳିତ ଅର୍ଥନୈତିକ ଭାଗିଦାରୀରେ ପରିଣତ କରିବା ଏହି ଗସ୍ତର ଲକ୍ଷ୍ୟ ।
।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ