ନିମାପଡ଼ାରେ ବିଭିନ୍ନ ପ୍ରକଳ୍ପ ଅଧୀନରେ କାର୍ଯ୍ୟାଦେଶ ବଂଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର, 17 ମଇ (ହି.ସ.) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରବିବାର ଦିନ ଆଜି ନିମାପଡ଼ାର ଟାଉନ୍‌ହଲ୍‌ଠାରେ ବିଭିନ୍ନ ପ୍ରକଳ୍ପ ଅଧୀନରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ଏହି ଅବସରରେ ୩୧ଟି ମହିଳା ସମିତି ଗୃହ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା''ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯା
ନିମାପଡ଼ାରେ ବିଭିନ୍ନ ପ୍ରକଳ୍ପ ଅଧୀନରେ କାର୍ଯ୍ୟାଦେଶ ବଂଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା


ଭୁବନେଶ୍ୱର, 17 ମଇ (ହି.ସ.) ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରବିବାର ଦିନ ଆଜି ନିମାପଡ଼ାର ଟାଉନ୍‌ହଲ୍‌ଠାରେ ବିଭିନ୍ନ ପ୍ରକଳ୍ପ ଅଧୀନରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି । ଏହି ଅବସରରେ ୩୧ଟି ମହିଳା ସମିତି ଗୃହ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ଯେ, ଏହି ଗୃହ ମହିଳାମାନେ ସଭା କରିବା ପାଇଁ ବେଶ ସହାୟକ ହେବ । ବିଶେଷ କରି ମହିଳା ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande