ବଲାଙ୍ଗୀର ସହରରେ କୌଣସି ପ୍ରକାରର ଇନ୍ଧନ (ତେଲ) ସଙ୍କଟ କିମ୍ବା ଅଭାବ ନାହିଁ- ଉପଜିଲ୍ଲାପାଳ
ବଲାଙ୍ଗିର, 17 ମେ (ହି.ସ.) ଉପ-ଜିଲ୍ଲାପାଳ , ବଲାଙ୍ଗୀର ସଦର ଏସିଏସ ଏବଂ ପୁଇଁନ୍ତଲା ଯୋଗାଣ ନିରୀକ୍ଷକ ଙ୍କ ଉପସ୍ଥିତିରେ ବଲାଙ୍ଗୀର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଏବଂ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି। ପରିଦର୍ଶନ ସମୟରେ ନିମ୍ନଲିଖିତ ତଥ୍ୟ ସ
ବଲାଙ୍ଗୀର ସହରରେ କୌଣସି ପ୍ରକାରର ଇନ୍ଧନ (ତେଲ) ସଙ୍କଟ କିମ୍ବା ଅଭାବ ନାହିଁ।


ବଲାଙ୍ଗୀର ସହରରେ କୌଣସି ପ୍ରକାରର ଇନ୍ଧନ (ତେଲ) ସଙ୍କଟ କିମ୍ବା ଅଭାବ ନାହିଁ।


ବଲାଙ୍ଗୀର ସହରରେ କୌଣସି ପ୍ରକାରର ଇନ୍ଧନ (ତେଲ) ସଙ୍କଟ କିମ୍ବା ଅଭାବ ନାହିଁ।


ବଲାଙ୍ଗିର, 17 ମେ (ହି.ସ.)

ଉପ-ଜିଲ୍ଲାପାଳ , ବଲାଙ୍ଗୀର ସଦର ଏସିଏସ ଏବଂ ପୁଇଁନ୍ତଲା ଯୋଗାଣ ନିରୀକ୍ଷକ ଙ୍କ ଉପସ୍ଥିତିରେ ବଲାଙ୍ଗୀର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ପରିଦର୍ଶନ କରି ଇନ୍ଧନର ମହଜୁଦ ସ୍ଥିତି ଏବଂ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି। ପରିଦର୍ଶନ ସମୟରେ ନିମ୍ନଲିଖିତ ତଥ୍ୟ ସାମ୍ନାକୁ ଆସିଛି:ପାଣିଗ୍ରାହୀ ଫ୍ୟୁଏଲ୍ସ, ଶାନ୍ତିପଡ଼ା

:ଯାଞ୍ଚ ସମୟରେ ଏଠାରେ $4,995$ ଲିଟର ଡିଜେଲ ଏବଂ 3,678 ଲିଟର ପେଟ୍ରୋଲ ମହଜୁଦ ରହିଛି। ଏହା ସହିତ ଝାରସୁଗୁଡ଼ାରୁ ଆସୁଥିବା ଆଉ ଏକ ଗାଡ଼ି (ଲୋଡ୍) ଯେଉଁଥିରେ 8,000ଲିଟର ଡିଜେଲ ଏବଂ 4,000 ଲିଟର ପେଟ୍ରୋଲ ରହିଛି, ତାହା ଆଜି ବିଳମ୍ବିତ ରାତିରେ ପହଞ୍ଚିବାର ଅଛି।ସରୋଜିନୀ ଫିଲିଙ୍ଗ ଷ୍ଟେସନ, ପଥରଚେପା (ସରୋଜିନୀ :ଏହି ଫିଲିଙ୍ଗ ଷ୍ଟେସନରେ ପୂର୍ବରୁ 2,6p0 ଲିଟର ଡିଜେଲ ମହଜୁଦ ଥିବାବେଳେ, ପରିଦର୍ଶନ ସମୟରେ ଆଉ 8,000 ଲିଟର ଡିଜେଲ ଏବଂ 4,000 ଲିଟର ପେଟ୍ରୋଲ ଗାଡ଼ିରୁ ଅନଲୋଡ୍ (ଖାଲି) କରାଯାଉଥିବା ଦେଖିବାକୁ ମିଳିଛି।ବଲାଙ୍ଗୀର ସହରରେ ଥିବା ଅନ୍ୟ ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ରହିଛି ଏବଂ ସେଗୁଡ଼ିକ ସ୍ଵାଭାବିକ ଭାବରେ କାର୍ଯ୍ୟ କରୁଛି। ସମଗ୍ରବଲାଙ୍ଗୀର ସହରରେ କୌଣସି ପ୍ରକାରର ଇନ୍ଧନ (ତେଲ) ସଙ୍କଟ କିମ୍ବା ଅଭାବ ନାହିଁ।

ଜନସାଧାରଣଙ୍କୁ ଆଦୌ ଆତଙ୍କିତ ନହେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande