ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି
ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି ପୁରୀ,, 17 ମେ (ହି.ସ.)ବହୁବର୍ଷ ଧରି ବାଙ୍କିମୁହାଣ ର ମଇଳା ପାଣି ସିଧାସଳଖ ସମୁଦ୍ରରେ ମିଶୁଛି । ବିଭିନ୍ନ ସମୟରେ ଯେତେ ଯୋଜନା ହୋଇଛି ସବୁ ଫେଲ ମାରିଛି ।ସମସ୍ଯାକୁ ବିଶେଷଜ୍ଞ ଓ ସରକାରୀ ଅଧ
ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି


ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି


ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି


ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି


ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି

କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି

ପୁରୀ,, 17 ମେ (ହି.ସ.)ବହୁବର୍ଷ ଧରି ବାଙ୍କିମୁହାଣ ର ମଇଳା ପାଣି ସିଧାସଳଖ ସମୁଦ୍ରରେ ମିଶୁଛି । ବିଭିନ୍ନ ସମୟରେ ଯେତେ ଯୋଜନା ହୋଇଛି ସବୁ ଫେଲ ମାରିଛି ।ସମସ୍ଯାକୁ ବିଶେଷଜ୍ଞ ଓ ସରକାରୀ ଅଧିକାରୀ ଅନୁଧ୍ୟାନ କରୁଥିଲେ ମଧ୍ଯ କାମ ଘର ଶୂନ । ପବିତ୍ର ସ୍ବର୍ଣ୍ଣାଭ ବେଳାଭୂମି ଖରାରେ ଚକ ଚକ କରୁଥିବା ସୁନା ପରି ବାଲି ଏବେ କଳା ପଡିଗଲାଣି । ବିଷାକ୍ତ ଫେଣ ପାଣି ସମୁଦ୍ରରେ ମିଶୁଛି । ଏଠାରେ ଏକ ଦୀପାଞ୍ଚଳ ପରି ନଳା ପାଣି ବୁଲି ବୁଲି ସମୁଦ୍ରରେ ମିଶୁଛି । ପର୍ଯ୍ୟଟକ ସମୁଦ୍ରକୂଳେ ଚାଲି ଚାଲି ଯିବାବେଳେ ଏହି ପାଣିରେ ପସିକରି ଯିବାରୁ ଗୋଡ ଓ ପାଦ କୁଣ୍ଡାଇ ହେବା ସହ ନାଲି ନାଲି ହୋଇ ଫୁଲିଯିବା ସମ୍ପର୍କରେ ଜୈନିକ ପର୍ଯ୍ୟଟକ ମତ ଦେଇଛନ୍ତି । ନୀଳାଦ୍ରୀ ବିଚ ଠାରୁ ରେଲୱେ ହୋଟେଲ ପଛପଟ ଠାରୁ ହଲିଡେ ରିସୋର୍ଟ ପର୍ଯ୍ୟନ୍ତ ଏ ବେଳାଭୂମି ଦଳ ,ପଙ୍କ,ପଲିଥିନ, ଖାଲି ପାଣି ବୋତଲ ଓ ବର୍ଜ୍ୟବସ୍ତୁ ଗଦା ହୋଇ ରହିଥିବାରୁ ପର୍ଯ୍ୟଟକ ମାନେ ଏହାକୁ ଦେଖି ଚିନ୍ତାପ୍ରକଟ କରିଛନ୍ତି । ଗ୍ରୀନ ପୁରୀ କ୍ଲିନ ପୁରୀ ର ନାରା ସେଠାରେ କାମ ଦେଉନି । ଏହି ଅଞ୍ଚଳକୁ ଜଣେ ବିଶିଷ୍ଟ ଶିଳ୍ପପତି ଲିଜ ନେବା ପାଇଁ ମସୁଧା ଚଳାଇଥିବା ଶୁଣାଯାଉଛି । ତା ପାଖରେ ଜୈନିକ ହୋଟେଲ ମାଲିକ ସରକାରୀ ଜାଗାରେ ଲନ କରି ବିବାହ ଓ ବ୍ରତଘର କାର୍ଯ୍ୟ କରି କୋଟି କୋଟି ଟଙ୍କା ହାତେଇ ନେଉ ଥିବାବେଳେ ସରକାରୀ ତହବିଲକୁ ଟଙ୍କାଟିଏ ଆସୁନାହିଁ ବୋଲି ଅଭିଯୋଗ ହେଉଛି । ବିକଶିତ ମହାନଗର ର ବାଜେଣା ବାଜୁଥିବା ବେଳେ ବିନାଶ ର ପଦଧ୍ବନୀ ସମୁଦ୍ରରେ ଦେଖିବାକୁ ମିଳୁଛି । ସେହି ଅଞ୍ଚଳରେ ମଲା କୁକୁର, ବିଲେଇ ଓ ମଲାବାଛୁରୀ ଦୀର୍ଘ ଦିନ ଧରି ପଡି ରହିବା ଫଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବସ୍ତି ଅଞ୍ଚଳର ପାଇଖାନା ପାଣି ଓ ମଇଳା ସିଧାସଳଖ ବାଙ୍କିମୁହାଣ ପୋଖରୀରେ ମିଶୁଛି । ଦୀର୍ଘ ୪୦ ବର୍ଷ ଧରି ଏହି ସମସ୍ୟା ଲାଗିଥିଲେ ମଧ୍ଯ ସମାଧାନ ର ବାଟ ଫିଟୁନାହିଁ । ଗ୍ଲୁମଲତା, ଅନାବନା ଗଛ, ଅମରୀ ଗଛ,ଲାଜକୁଳୀ ଲତା, ପୋକସୁଙ୍ଘା ଗଛ ଲତା ଓ ଗ୍ଲୁମର ଗାଲିଚା ବାଲି ଉପରେ ମାଡିଗଲାଣି । ସଞ୍ଜ ନଇଁଲେ ଅସଞ୍ଜତ ହେଉଛି ସେହି ଅଞ୍ଚଳ । କଠିନ ତରଳ ଓ ଗ୍ୟାସୀୟ ନିଶା ଭାଙ୍ଗ ଟେଳା, ମଦ ଓ ଗଞ୍ଜେଇ ସିଗାରେଟ ଧୂଆଁରେ ମସଗୁଲ ହେଉଛନ୍ତି ନିଶାଖୋର । ସେହି ଅଞ୍ଚଳ ପ୍ରେମୀ ଯୁଗଳଙ୍କ ନୀଳ ଉଆସ ପାଲଟିଛି । ପର୍ଯ୍ୟଟକ ଯାଆସ କରୁଥିଲେ ମଧ୍ଯ ଅସଞ୍ଜତ ଅବସ୍ଥାରେ ପ୍ରେମୀଯୁଗଳଙ୍କ ବସିଥିବା ଦେଖିବାକୁମିଳୁଛି । ମହାନଗର ଘୋଷଣା ହୋଇଥିଲେ ମଧ୍ଯ ମହୋଦଧିର ଏହି ଅଞ୍ଚଳ ମହାବିକାଶ ହୋଇପାରୁନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande