ଟାଙ୍କିରେ ମିଳୁନି ପେଟ୍ରୋଲ, ଗ୍ରାମାଞ୍ଚଳରେ ମିଳୁଛି - ଆସୁଛି କେଉଁଠୁ? ସ୍ଥାଣୁ ପାଲଟି ଯାଇଛି ବ୍ଲକ ଯୋଗାଣ ବିଭାଗ ଅଧିକାରୀ
ମାଲକାନଗିରି , ୧୭ ମଇ (ହି.ସ.) ମଧ୍ୟପ୍ରାଚ୍ୟ ରେ ଯୁଦ୍ଧ ସଙ୍କଟ ପାଇଁ ଦେଶରେ ତୈଳ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟରେ ମଧ୍ୟ ତୈଳ ସଙ୍କଟ ପାଇଁ ଟାଙ୍କି ମାନଙ୍କୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।ଏପରିକି ଅନେକ ତୈଳ ଟାଙ୍କି ବନ୍ଦ ଥିବା ଦେଖିବାକୁ ମିଳିଛି।ଏହାରି ଭିତରେ ଯେଉଁ ଟାଙ୍କି ମାନଙ୍
ଟାଙ୍କିରେ ମିଳୁନି ପେଟ୍ରୋଲ ଗ୍ରାମାଞ୍ଚଳରେ ମିଳୁଛି ଆସୁଛି କେଉଁଠୁ? ସ୍ଥାଣୁ ପାଲଟି


ମାଲକାନଗିରି , ୧୭ ମଇ (ହି.ସ.)

ମଧ୍ୟପ୍ରାଚ୍ୟ ରେ ଯୁଦ୍ଧ ସଙ୍କଟ ପାଇଁ ଦେଶରେ ତୈଳ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟରେ ମଧ୍ୟ ତୈଳ ସଙ୍କଟ ପାଇଁ ଟାଙ୍କି ମାନଙ୍କୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି।ଏପରିକି ଅନେକ ତୈଳ ଟାଙ୍କି ବନ୍ଦ ଥିବା ଦେଖିବାକୁ ମିଳିଛି।ଏହାରି ଭିତରେ ଯେଉଁ ଟାଙ୍କି ମାନଙ୍କରେ ତୈଳ ଗଛିତ ଅଛି ସେଠାରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବାକୁ ପଡୁଛି।ଘଣ୍ଟା ଘଣ୍ଟା ଧରି ଛିଡା ହେବା ପରେ କେଉଁ ଟାଙ୍କିରେ ବାଇକ ଚାଳକ ପାଇଁ ୧୦୦ ଟଙ୍କାର ମିଳୁଛି ତ କେଉଁଠି ୨୦୦ ଟଙ୍କାର ମିଳୁଛି।ଯାହା ଆବଶ୍ୟକ ଠାରୁ କମ ମିଳୁଥିବାରୁ ବାଇକ ଚାଳକ ମାନେ ନାହିଁ ନଥିବାର ସମ୍ମୁଖୀନ ହେବାକୁ ପଡୁଛି।ଏବଂ ଡିଜେଲ ଗାଡିକୁ କେଉଁଠି ୫ଶହ ତ କେଉଁଠି ୧୦୦୦ ଟଙ୍କାର ମିଳୁଛି।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଗ୍ରାମାଞ୍ଚଳ ମାନଙ୍କରେ ପ୍ରଯ୍ୟାପ୍ତ ପରିମାଣରେ ତେଲ ମିଳୁଛି ସେବି ଚଢା ଦରରେ।ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ।ଯାହା ଶୁଣିବାକୁ ମିଳୁଛି ଟାଙ୍କି ମାଲିକ ମାନେ ଗ୍ରାମାଞ୍ଚଳ ବେପାରୀ ମାନଙ୍କୁ ବିଳମ୍ବିତ ରାତିରେ ଜାରକିନ ରେ ଶହ ଶହ ଲିଟର ତେଲ ଦେଉଛନ୍ତି ବୋଲି ଅନେକ ଲୋକ ଅଭିଯୋଗ କରିଛନ୍ତି।ଅନ୍ୟ ପକ୍ଷରେ ରାଜ୍ୟରେ ତୈଳ ସଙ୍କଟ କୁ ନେଇ ଯୋଗାଣ ବିଭାଗ କଡା ନଜର ରଖିଛନ୍ତି।କିନ୍ତୁ ମାଥିଲି ଅଞ୍ଚଳରେ ଯୋଗାଣ ବିଭାଗ ଅଧିକାରୀ ମାନେ ସ୍ଥାଣୁ ପାଲଟି ଯାଇଛନ୍ତି।ଯାହା ଫଳରେ ଟାଙ୍କି ମାଲିକ ମାନେ ମନମୁଖୀ କାର୍ଯ୍ୟ କରୁଛନ୍ତି।ଅନ୍ୟ ପକ୍ଷରେ ଦିନ ତମାମ ଲୋକେ ତେଲ ପାଇଁ ଟାଙ୍କିକୁ ଯାଇ ଲମ୍ବା ଧାଡିରେ ଛିଡ଼ା ହେବା ପରେ ସ୍ୱଳ୍ପ ମାତ୍ରାରେ ମିଳୁଛି ତେଲ ଯାହା ସମୁଦ୍ରକୁ ଶଙ୍ଖେ।ଏବଂ ତେଲ ଟାଙ୍କିରେ ଜାରକିନ ରେ ତେଲ ମିଳୁ ନ ଥିବା କାରଣ ପାଇଁ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରିଲକ୍ଷିତ ହେଉଛି।ବିଜ୍ଞାନ ଯୁଗରେ ଚାଷୀ ମାନେ ଏବେ ଯନ୍ତ୍ର ଚାଳିତ ଯନ୍ତ୍ରପାତି ଉପରେ ନିର୍ଭରଶୀଳ ହୋଇ ନିଜର ହଳ ଲଙ୍ଗଳ ଭୁଲି ଗଲେଣି।ତାହା ସହିତ ଆଗକୁ ଚାଷ କାର୍ଯ୍ୟ ଆସୁଥିବାରୁ ଟ୍ରାକ୍ଟର ମାଲିକ ମାନଙ୍କୁ ଜାରକିନ ରେ ତେଲ ମିଳୁ ନଥିବାରୁ ଚିନ୍ତାରେ ଏବେ ଚାଷୀ ମାନେ ଆଗକୁ କରିବେ କଣ ବୋଲି ଭାଳେଣି ପଡ଼ିଲାଣି।ଆଗକୁ ଯଦି ଏପରି ପରିସ୍ଥିତି ଲାଗି ରହେ ଚଳିତ ବର୍ଷ ଖରିପ ଚାଷ କିପରି କରିବେ ବୋଲି ଏବେ ଠାରୁ ମୁଣ୍ଡରେ ହାତ ଦେଇ ବସିଲେଣି ଚାଷୀ।ଆମେ ଏବିଷୟରେ ମାଥିଲି ଯୋଗାଣ ଅଧିକାରୀ ରାଜେଶ ଶବରଙ୍କୁ ଯୋଗାଯୋଗ କରିବାରୁ ବାବୁଙ୍କ ନମ୍ବର ଟେମ୍ପରାଲି ଆଉଟ ଅଫ ସର୍ଭିସ ବୋଲି କହୁଛି।ଯଦି ଏପରି ସ୍ଥିତିରେ ଯୋଗାଣ ଅଧିକାରୀ ଙ୍କ ସହିତ ଯୋଗାଯୋଗ ହୋଇ ନପାରିବ ତାହେଲେ କିପରି ଏପରି ସ୍ଥିତି କୁ ସାମ୍ନା କରିବ ଯୋଗାଣ ବିଭାଗ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଜିଲ୍ଲା ପ୍ରଶାସନ ଏହାକୁ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande