ପୋଲିସ ଏନ୍କାଉଣ୍ଟରରେ କୁଖ୍ୟାତ ମନୀଷ ଆହତ : ବିପୁଳ ପରିମାଣର କୋରେକ୍ସ ଜବତ, ୩ ସହଯୋଗୀ ଗିରଫ

ସମ୍ବଲପୁର, ୧୭, ମେ (ହି.ସ.)ଶନିବାର ରାତ୍ରିରେ ବୁର୍ଲା ଥାନା ପୋଲିସ ପ୍ଲାନେଟେରିଅମ୍ ଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିଲା । ରବିବାର ଭୋର ୫ଟାରୁ ସାଢେ ୫ ଟା ମଧ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଡୁ ଦ୍ରୃତଗତିରେ ଆସୁଥିବା ଏକ ସ୍ୱିଫ୍ଟ କାରକୁ ଦେଖି ପୋଲିସ ଅଟକିବାକୁ ସଙ୍କେତ ଦେଇଥିଲା । ମାତ୍ର ଗାଡ଼ି ଚାଳକ ଗାଡ଼ିଟିକୁ ରାଇଟ୍ ଡାଇକ୍ ରୋଡ଼ ଦିଗକୁ ଦ୍ରୁତ ଗତିରେ ନେଇ ପଳାଉଥିଲା ।

ପୋଲିସ ଗାଡ଼ିଟିକୁ ପିଛା କରି ଫିସରୀ ଛକ ନିକଟରେ ରୋକିବାକୁ ଚେଷ୍ଟା କରିବାରେ ଜଣେ ସନ୍ଦିଗ୍ଧ ଉତ୍ତେଜିତ ମୁଦ୍ରାରେ ଗାଡ଼ିରୁ ଓହ୍ଲାଇ ପୋଲିସ ଉପରକୁ ଢାଏ ଢାଏ କରି ୩ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ ପୋଲିସ ଭୟରେ ଛତ୍ରଭଙ୍ଗ ଦେଇ ପଛକୁ ଫେରିଯିବା ବଦଳରେ ଆତ୍ମରକ୍ଷା ପାଇଁ ଏହାର ଜବାବରେ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲା । ପୋଲିସର ଗୁଳି ସନ୍ଦିଗ୍ଧର ଡାହାଣ ପାଦରେ ବାଜିବା ପରେ ସେହିଠାରେ ହିଁ ଗଛ କାଟିଲା ପରି ଇଲୋ ବୋଉଲୋ କହି ଆଣ୍ଠେଇ ପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିର ପରିଚୟ ଖୋଜ ଖବର କରିବାରେ ବରେଇପାଲି ଥାନା ଗୋପାଳପାଲି ଅଞ୍ଚଳର ସୁବାସ ସାହୁର ୩୦ ବର୍ଷିଅ ପୁଅ କୁଖ୍ୟାତ ମନୀଷ ସାହୁ ବୋଲି ଚିହ୍ନଟ ହୋଇଥିଲା । ମନୀଷ ବିରୋଧରେ ଜିଲ୍ଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ଆର୍ମସ୍ ଆକ୍ଟ ଓ କୋରେକ୍ସ ଚୋରା ଚାଲାଣ ଭଳି ୧୪ରୁ ଅଧିକ ଅପରାଧିକ ମାମଲା ରହିଥିବା ମଧ୍ୟ ଜଣାପଡ଼ିଥିଲା । ପାଦରେ ଗୁଳି ବାଜିଥିବା ଯୋଗୁଁ ମନୀଷକୁ ଚିକିତ୍ସା ପାଇଁ ପୋଲିସ ବୁର୍ଲା ଭୀମସାରକୁ ପଠାଇଥିଲା । ପୋଲିସର ପରବର୍ତ୍ତୀ ଛାନଭିନ୍ ବେଳେ ମନୀଷର ୩ ଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଏହି ଘଟଣାରେ ପୋଲିସ ବୁର୍ଲା ଥାନାରେ ୨୩୧/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏନ୍କାଉଣ୍ଟର ପରେ ସନ୍ଦିଗ୍ଧମାନେ ଆସିଥିବା ଓଡି ୧୫ ଏସି-୩୦୧୮ ଧଳା ରଙ୍ଗର ସ୍ୱିଫ୍ଟ କାରକୁ ପୋଲିସ ଯାଞ୍ଚ କରିବାରେ ୧୦ କାର୍ଟୁନ୍ କୋରେକ୍ସ (ମୋଟ ୧୨୦୦ ବୋତଲ, ପ୍ରତ୍ୟେକରେ ୧୦୦ ଏମଏଲ୍) ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏହି ଘଟଣାରେ ପୋଲିସ କାର ସହ କୋରେକ୍ସ ଏବଂ ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି,

୩ଟି ଖାଲି କାର୍ତୃଜ, ୫ଟି ମୋବାଇଲ୍ ଫୋନ୍ ଜବତ୍ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ହୀରାକୁଦ ଥାନା ଗାଡ଼ମୁଣ୍ଡା ଅଞ୍ଚଳର ଜନ୍ମେଜୟ ଓରାମ, ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଦଳେଇପଡ଼ା ଅଞ୍ଚଳର ସେକ୍ ବାବୁ ଓ କୁଚିଣ୍ଡା ଥାନା ଭୋଜପୁର ଗୁନ୍ଦ୍ରାପଡ଼ା ଅଞ୍ଚଳର ରାମେଶ୍ୱର ପାତ୍ର ରହିଥିବା ଜଣାପଡିଛି ।

ତେବେ ମନୀଷର ଅପରାଧିକ ରେକର୍ଡକୁ ଅନୁଧ୍ୟାନ କଲେ କେବଳ ଅଇଁଠାପାଲି ଥାନାରେ ୭ଟି ମାମଲା ତଥା ୩୫୦/୧୭, ୪୦୨/୧୮, ୨୫୩/୧୯, ୮୯/୨୦, ୯୭/୨୧, ୪୫୬/୨୫, ୪୬୮/୨୧ , ଧନୁପାଲି ଥାନାରେ ୫୦୩/୨୧, କ୍ଷେତରାଜପୁର ଥାନାରେ ୫୦/୨୨, ବରେଇପାଲି ଥାନାରେ ୪ଟି ତଥା ୩୦/୨୪, ୧୭୮/୨୪, ୨୦୯/୨୦୨୫, ୩୨/୨୦୨୬ ଓ ସଦର ଥାନାରେ ୭୮/୨୪ରେ ଗୋଟିଏ ମାମଲା ଥିବା ଜଣାପଡ଼ିଛି । ବାରମ୍ବାର ଅପରାଧ ଘଟାଇ ଆସୁଥିବା ଏଭଳି ଅଭ୍ୟାସଗତ ଅପରାଧୀକୁ କିପରି ଜାମିନ ମିଳୁଛି ଓ କ୍ରମାଗତ ଅପରାଧ କିପରି ଘଟାଇ ପାରୁଛି ସେନେଇ ସଚେତନ ନାଗରିକଙ୍କ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande