ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଚେତାବନୀ
ନୂଆପଡ଼ା,୧୭ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଡ୍ୟାମ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ନୂଆପଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ,ଏକ୍ସ କ୍ୟାଡ଼ରର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଲେଖ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଙ୍ଘ କର୍ମ
Prathamik shikyak Sangh


ନୂଆପଡ଼ା,୧୭ ମଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଡ୍ୟାମ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ନୂଆପଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ,ଏକ୍ସ କ୍ୟାଡ଼ରର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଲେଖ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଙ୍ଘ କର୍ମକର୍ତ୍ତା ସରକାରଙ୍କ ଶିକ୍ଷକ ମାରଣ ନୀତିକୁ ସମାଲୋଚନା କରିଥିଲେ। ପ୍ରାଥମିକ ଶିକ୍ଷକଙ୍କ ପ୍ରୋମୋସନ, ଇନକ୍ରିମେଣ୍ଟ, କ୍ୟାଡ଼ର ପୁନର୍ଗଠନ ଓ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଶୀଘ୍ର ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରା ନଗଲେ ଆଗାମୀ ଦିନରେ ଲକ୍ଷ୍ୟାଧିକ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ। ଉକ୍ତ ବୈଠକରେ ଜିଲ୍ଲା ଉପସଭାପତି ବେଣୁଧର ନାୟକ, ଗୌର ସାହୁ, ସାଙ୍ଗଠନିକ ସମ୍ପାଦକ ସନୁଧର ନାଗ, କୋଷାଧ୍ୟକ୍ଷ ଦେବକୁ ଗୁଆଳ, ଖଡ଼ିଆଳ ବ୍ଲକ ସଭାପତି ଜୟନ୍ତ ପ୍ରଧାନୀ ସମେତ ବ୍ଲକ କର୍ମକର୍ତ୍ତା ଅଜୟ ହେର୍ଣ୍ଣା, ମକରଧ୍ବଜ ବେହେରା, ସୁରେଶ କ୍ଷେତ୍ରୀ, ରତ୍ନାକର ଠେଲା, ବୋଡେନ ବ୍ଲକ ସଭାପତି ନିରୋଜ ଖମାରି, ସିନାପାଲି ସମ୍ପାଦକ ଖଗେଶ୍ୱର ମେହେର, ସାମନ୍ତ ଦାସ, କୋମନା ବ୍ଲକରୁ ଡଗରେଶ୍ୱର ସାହୁଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande