
'ଉତ୍କର୍ଷ ନିମାପଡ଼ା ୨.୦'ର ଜର୍ସି, କ୍ୟାପ୍, ମେଡାଲ ଏବଂ ମାସ୍କଟ୍ 'ଉତ୍କର୍ଷ ଘୋଡ଼ା'ର କଲେ ଉନ୍ମୋଚନ
ଭୁବନେଶ୍ୱର, 17 ମଇ (ହି.ସ.) ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରବିବାର ଦିନ ନିମାପଡ଼ାଠାରେ ଆୟୋଜିତ 'ନିମାପଡ଼ା ପଥ ଉତ୍ସବ ୨୦୨୬' କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଏକକ ଅଭିନୟ, ପଥପ୍ରାନ୍ତ ନାଟକ, ପାଲା ଏବଂ ଦାସକାଠିଆ ମାଧ୍ୟମରେ ଜନସଚେତନତା ବାର୍ତ୍ତାର ପରିବେଷଣ ବୁଲି ଦେଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଜନଜାତି ନୃତ୍ୟ, ଘୋଡ଼ା ନାଚ ଏବଂ ସଂକୀର୍ତ୍ତନ ଆଦି ପାରମ୍ପରିକ ଲୋକକଳା ଆମ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରିଛି । ଏହି ଉତ୍ସବରେ ଉତ୍ସାହର ସହ ସାମିଲ ହୋଇଥିବା ନିମାପଡ଼ାବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି .।
ନିମାପଡ଼ା ପଥ ଉତ୍ସବ ୨୦୨୬'ରେ ଯୋଗଦେବା ଅବସରରେ ସେ 'ଉତ୍କର୍ଷ ନିମାପଡ଼ା ୨.୦'ର ଜର୍ସି, କ୍ୟାପ୍, ମେଡାଲ ଏବଂ ମାସ୍କଟ୍ 'ଉତ୍କର୍ଷ ଘୋଡ଼ା'ର ଉନ୍ମୋଚନ କରିଛନ୍ତି । ଏହି ଅବସରରେ 'ଉତ୍କର୍ଷ ନିମାପଡ଼ା ୨.୦'ର କାର୍ଯ୍ୟସୂଚୀ ବାବଦରେ ଘୋଷଣା କରାଯାଇଛି । ଆଗାମୀ ଦିନରେ ଉଭୟ ନିମାପଡ଼ା ଏବଂ ଗୋପରେ ମାରାଥନ୍ ଆୟୋଜିତ ହେବ। କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଏବଂ ମହାବିଦ୍ୟାଳୟ ସ୍ତରରେ 'ବିକାଶର ବିତର୍କ'ର ଆୟୋଜନ ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ