ଡୁଡୁକା ଠାରେ ଜଣେ ବିଦ୍ୟୁତ୍ କର୍ମଚାରୀ ଖୁଂଟରୁ ପଡି ମୃତ୍ୟୁବରଣ
ବଲାଙ୍ଗୀର, ୧୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାଠାରେ ଜଣେ ବିଦ୍ୟୁତ୍ କର୍ମଚାରୀ ଖୁଂଟରୁ ପଡି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ଡୁଡୁକା ଗ୍ରାମର ହୋଇଥିବା ବେଳେ ୫ ଭଉଣୀରେ ଜଣେ ଭାଇ ବୋଲି କୁହାଯାଇଛି। ବିପଦପୂର୍ଣ୍ଣ କାମରେ ସେଫଟି କର୍ମଚାରୀ ଉପସ୍ଥିତ ନଥାଇ କିପରି କାମ ଚାଲିଛି
ଡୁଡୁକାଠାରେ ଜଣେ ବିଦ୍ୟୁତ୍ କର୍ମଚାରୀ ଖୁଣ୍ଟରୁ ପଡି ମୃତ୍ୟୁବରଣ


ବଲାଙ୍ଗୀର, ୧୭ ମଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାଠାରେ ଜଣେ ବିଦ୍ୟୁତ୍ କର୍ମଚାରୀ ଖୁଂଟରୁ ପଡି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ଡୁଡୁକା ଗ୍ରାମର ହୋଇଥିବା ବେଳେ ୫ ଭଉଣୀରେ ଜଣେ ଭାଇ ବୋଲି କୁହାଯାଇଛି। ବିପଦପୂର୍ଣ୍ଣ କାମରେ ସେଫଟି କର୍ମଚାରୀ ଉପସ୍ଥିତ ନଥାଇ କିପରି କାମ ଚାଲିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଲେଭଟା ବିଦ୍ୟୁତ୍ ସେକ୍ସନ ଡୁଡୁକା ଠାରେ ୩ଜଣ କର୍ମଚାରୀ ଲାଇନ ସଜାଡିବାକୁ ଯାଇଥିଲେ। ୩ଜଣ ଯାକ ଭିନ୍ନଭିନ୍ନ ଖୁଂଟରେ ଚଢ଼ି ସଜାଡି ଥିଲେ। ୨ଜଣ କାମ ସାରି ଫେରି ଆସିଥିବାବେଳ ଜଣେ ଆଉ ଫେରିନଥିଲେ । ଖୋଜାଖୋଜି କଲାପରେ ବିଦ୍ୟୁତ୍ ଖୁଂଟତଳୁ ମୃତ ଶରୀର ଉଦ୍ଧାର କରି ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସ୍ୱାସ୍ଥ୍ୟ ପରିକ୍ଷାକରି ମୃତ ଘୋଷଣ କରିଥିଲେ। ମୃତ ବ୍ୟକ୍ତି ଜଣକ ଡୁଡୁକା ଗ୍ରାମରଦାମୋଦର ପଟେଲଙ୍କ ପୁଅ ମୁକେଶ ପଟେଲ ୩୦ବର୍ଷ ବୋଲି ଜଣାପଡିଛି। ମୃତକ ୫ଭଉଣୀ ରେ ଜଣେ ଭାଇ ହୋଇଥିବାରୁ ଖବର ପାଇ ଡୁଡୁକା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅଭିଯୋଗ ପାଇ ଆଗଲପୁର ପୁଲିସ ଘଟଣାର ସରଜମିନ ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଛି। ମୃତକ ପରିବାରକୁ ତୁରନ୍ତ ମୃତ୍ୟୁ କାଳିଣ ସହାୟତା ଯୋଗାଇ ଦେବାକୁ ଡୁଡୁକା ଗ୍ରାମବାସୀ ଦାବି କରିଛନ୍ତି। ବିଦ୍ୟୁତ୍ ପରି ବିପଦ ପୂର୍ଣ୍ଣ କାମରେ ସେଫଟି କର୍ମଚାରୀ ନଥାଇ କିପରି କାମ ଚାଲିଥିବା ବେଳେ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି। ଏ ସଂପର୍କରେ ସାଲେଭଟା ସେକସେନାଲଙ୍କୁ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇ ଥିଲେ ହେଁ ଫୋନ କଲ ଗ୍ରହଣ କରୁନଥିବାରୁ ପ୍ରତିକ୍ରିୟା ନିଆଯାଇ ପାରିନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande