ଆଜି ସଂଧ୍ୟାରେ ଭୁବନେଶ୍ୱର ପହଂଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଆଗମନ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ତାଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, 17 ମଇ (ହି.ସ.) ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପ୍ରଥମ ଓଡିଶା ଗସ୍ତରେ ଆଗମନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସୋସିଆଲ ମ
ଆଜି ସଂଧ୍ୟାରେ ଭୁବନେଶ୍ୱର ପହଂଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ


ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଆଗମନ ପୂର୍ବରୁ ସୋସିଆଲ ମିଡିଆ ଜରିଆରେ ତାଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 17 ମଇ (ହି.ସ.) ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପ୍ରଥମ ଓଡିଶା ଗସ୍ତରେ ଆଗମନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ସ୍ୱାଗତ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି. ଯେ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଙ୍କୁ ଓଡ଼ିଶା ମାଟିକୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ। ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶାକୁ ଏହା ଆପଣଙ୍କର ପ୍ରଥମ ଗସ୍ତ। ଆପଣଙ୍କର ଏହି ପ୍ରେରଣାଦାୟୀ ଉପସ୍ଥିତି ଏବଂ ମାର୍ଗଦର୍ଶନ ଓଡ଼ିଶାରେ ସଂଗଠନକୁ ଆହୁରି ମଜବୁତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ।

ଉଲ୍ଲେଖନୀୟ ଯେ ରାଷ୍ଟ୍ରୀୟ ସଭାପତି ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଶ୍ରୀ ନୀତିନ ନବୀନ । ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ସାଧାରଣ ଯାତ୍ରୀବାହୀ ବିମାନରେ ରବିବାର ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସାଂପ୍ରତିକ ବୈଶ୍ୱିକ ତୈଳସଂକଟ ଦୃଷ୍ଟିକୋଣରୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ନିରାଡମ୍ବର ଭାବେ ରାଷ୍ଟ୍ରୀୟ ସଭାପତିଙ୍କୁ ସ୍ୱାଗତ କରାଯିବ ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୮ ତାରିଖ (ସୋମବାର) ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ‘ରାଜ୍ୟ କୋର୍ କମିଟି’ ବୈଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଯୋଗଦେବେ । ଏହା ପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଶିବିରର ଉଦ୍୍୍୍ଘାଟନ କରିବେ । ଏହା ପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିବେ ବୋଲି ଶ୍ରୀ ରାୟ ସୁଚନା ଦେଇଛନ୍ତି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରି ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ବୈଠକ ଏବଂ ମନ୍ତ୍ରୀପରିଷଦ ବୈଠକରେ ଯୋଗ ଦେଇ ସମସ୍ତଙ୍କ ସହ ଭେଟଘାଟ କରି ଚର୍ଚ୍ଚା ଓ ଆଲୋଚନା କରିବେ । ସୋମବାର ସଂଧ୍ୟାରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande