
ଭୁବନେଶ୍ୱର, 17 ମେ (ହି.ସ.)- ଅପରାଧୀଙ୍କୁ
ପୋଲିସ ଡିଜି ୱାଇ.ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି । ଡିଜିପି କହିଛନ୍ତି ଯେ, ଅପରାଧୀଙ୍କ
ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ । ଅପରାଧ
ଘଟାଇବା ପାଇଁ ଚିନ୍ତା କରୁଥିଲେ ଏନ୍କାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ । ୫ ଦିନରେ ସାରା
ରାଜ୍ୟରେ ୧୭୦୦ରୁ ଊର୍ଦ୍ଧ ଏନବିଡବ୍ଲୁଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ ଏନଏସଏଲାଗିଛି, ୫୦ରୁ ଊର୍ଦ୍ଧ ଫେରାର ଅପରାଧୀ ଗିରଫ ହୋଇଛନ୍ତି । ଗୁଇନ୍ଦା ଆଧାରରେ
ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା