ଅପରାଧୀଙ୍କୁ ପୋଲିସ ଡିଜିଙ୍କ କଡା ଚେତାବନୀ, କହିଲେ- ଓଡ଼ିଶାରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ
ଭୁବନେଶ୍ୱର, ମେ 17 (ହି.ସ)- ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆରବିବାର ଅପରାଧୀମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ରାଜ୍ୟରେ ଅପରାଧୀମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ଏବଂ ଯେମାନେ ଅପରାଧ କରିବାର ଯୋଜନା କରୁଛନ୍ତି ସେମାନେ ପୋଲିସ ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରହ
ଅପରାଧୀଙ୍କୁ ପୋଲିସ     ଡିଜିଙ୍କ କଡା ଚେତାବନୀ, କହିଲେ- ଓଡ଼ିଶାରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ


ଭୁବନେଶ୍ୱର, ମେ 17 (ହି.ସ)- ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆରବିବାର ଅପରାଧୀମାନଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ରାଜ୍ୟରେ ଅପରାଧୀମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ ଏବଂ ଯେମାନେ

ଅପରାଧ କରିବାର ଯୋଜନା କରୁଛନ୍ତି ସେମାନେ ପୋଲିସ ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରହିବା ଉଚିତ।

ରାଜ୍ୟରେ ଅପରାଧ ବିରୋଧରେ

ଚାଲୁଥିବା ବିଶେଷ ଅଭିଯାନ ସମ୍ପର୍କରେ କହି ଡିଜିପି କହିଛନ୍ତି ଯେ, ବ୍ରହ୍ମପୁର ଏବଂ ସମ୍ବଲପୁରରେ ସମ୍ପ୍ରତି ଘଟିଥିବା ପୋଲିସ

ଏନକାଉଣ୍ଟରରୁ ଅପରାଧୀମାନେ ଶିକ୍ଷା ନେବା ଉଚିତ। ସେ ସ୍ପଷ୍ଟ କରିଛନ୍ତି ଯେ, ଆଇନ-ଶୃଙ୍ଖଳାକୁ ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ

ପୋଲିସ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେବ।

ଡିଜିପି କହିଛନ୍ତି ଯେ, ଗତ କିଛି ଦିନ ମଧ୍ୟରେ ଓଡ଼ିଶା ପୋଲିସ ସମଗ୍ର ରାଜ୍ୟରେ ଅପରାଧୀମାନଙ୍କ

ବିରୋଧରେ ଅଭିଯାନକୁ ତୀବ୍ର କରିଛି। ବିଶେଷ ଅଭିଯାନ ଅଧୀନରେ ଗତ ପାଞ୍ଚ ଦିନରେ ୧,୭୦୦ରୁ ଅଧିକ ଜାମିନ ବିହୀନ ଓ୍ୱାରେଣ୍ଟ କାର୍ଯ୍ୟକରୀ କରାଯାଇଛି।

ସେ କହିଛନ୍ତି ଯେ, ଜାତୀୟ ସୁରକ୍ଷା ଆଇନଅଧୀନରେ ଛଅ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯେତେବେଳେ ରାଜ୍ୟବ୍ୟାପୀ ଅଭିଯାନରେ ୫୦ରୁ ଅଧିକ ଫେରାର ଅପରାଧୀଙ୍କୁ

ଗିରଫ କରାଯାଇଛି। ଏହା ସହିତ ଜେଲ ଫେରନ୍ତା କଏଦୀ ଏବଂ ଅଭ୍ୟାସଗତ ଅପରାଧୀମାନଙ୍କ ଉପରେ ଗୁପ୍ତଚର

ନଜରଦାରୀ ରଖାଯାଉଛି, ଯାହା ଭବିଷ୍ୟତରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ।

ୱାଇ ବି ଖୁରାନିଆକହିଛନ୍ତି, “ଓଡ଼ିଶା ପୋଲିସ ଫେରାର ଅପରାଧୀମାନଙ୍କୁ ଧରିବା ଏବଂ ସେମାନଙ୍କ ବିରୋଧରେ

ଲମ୍ବିତ ଓ୍ୱାରେଣ୍ଟ କାର୍ଯ୍ୟକରୀ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି। ମାଦକ ଦ୍ରବ୍ୟ ଓ

ବେଆଇନ ଅସ୍ତ୍ର ବ୍ୟବସାୟରେ ଜଡିତ ଅପରାଧୀମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଚାଲିଛି।

ଏହି ଅଭିଯାନ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ।”

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଆଇନ-ଶୃଙ୍ଖଳାକୁ ସୁଦୃଢ କରିବା ପାଇଁ ପ୍ରତିବଦ୍ଧ ଏବଂ

ସମସ୍ତ ଜିଲ୍ଲାର ପୋଲିସ ଅଧୀକ୍ଷକମାନଙ୍କୁ ତଳସ୍ତରରେ ସକ୍ରିୟ ହୋଇ ପୋଲିସକୁ ଶକ୍ତିଶାଳୀ କରିବା

ସହ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande