ମହିଳାଙ୍କୁ ମରଣାନ୍ତକ ଆକ୍ରମଣ - ପୋଲିସ୍ ଆଖିରେ ଧୂଳିଦେଇ ବୁଲୁଥିବା ମୁଖ୍ୟ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡ଼ା, ୧୭ ମଇ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଚ୍ଛାପୁର ଦୁର୍ଗାମନ୍ଦିର ଗଳିରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ନାଗାସିହ୍ନା ନାମକ ଯୁବକ ଚୋରା ମଦ, ଗଞ୍ଜେଇ ବ୍ୟବସାୟ କରୁଛନ୍ତି। ତାଙ୍କ ନିକଟରେ ଭଡା ଘରେ ରହୁଥିବା ମମତା ଅରୁଣ ନାମକ ଜଣେ ମହିଳାକୁ ପୂର୍ବ ଶତୃତାକୁ ଆଧାର କରି ନ
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ - ପୋଲିସ୍ ଆଖିରେ ଧୂଳିଦେଇ ବୁଲୁଥିବା ମୁଖ୍ୟ ଅଭିଯୁକ୍ତ ଗିରଫ


କେନ୍ଦ୍ରାପଡ଼ା, ୧୭ ମଇ(ହି.ସ.) – କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଚ୍ଛାପୁର ଦୁର୍ଗାମନ୍ଦିର ଗଳିରେ ରହୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ନାଗାସିହ୍ନା ନାମକ ଯୁବକ ଚୋରା ମଦ, ଗଞ୍ଜେଇ ବ୍ୟବସାୟ କରୁଛନ୍ତି। ତାଙ୍କ ନିକଟରେ ଭଡା ଘରେ ରହୁଥିବା ମମତା ଅରୁଣ ନାମକ ଜଣେ ମହିଳାକୁ ପୂର୍ବ ଶତୃତାକୁ ଆଧାର କରି ନାଗାସିହ୍ନା ନିସ୍ତୁକ ମାଡ ମାରିବା ସହିତ ତାଙ୍କର ଦାନ୍ତ ଭାଙ୍ଗି ଦେଇଥିଲେ। ଚାରିମାସ ହେଲା ଏ ବିଷୟରେ ଟାଉନ୍ଥାନାରେ ଅଭିଯୋଗ ହୋଇଥିଲା। ଟାଉନ୍ଥାନା ଅଧିକାରୀ ଏକ ମାମଲା ରୁଜୁକରି ଆସାମୀ ନିର୍ଭୟରେ ଥାନା ଆଗରେ ବାହାରେ ବୁଲୁଥିବା ସମୟରେ ପୋଲିସ୍ ଏହାକୁ ଗିରଫ କରୁନଥିଲେ। ଥାନାର ଦୁଇଜଣ ପୋଲିସ୍ ଅଧିକାରୀଙ୍କ ସହିତ ସଲାସୁତୁରା କରି ଅଭିଯୋଗକାରୀ ପୁନର୍ବାର ମହିଳାଙ୍କୁ ମାଡ ମାରିବା ପାଇଁ ଧମକ ଦେଉଥିଲା। ଅଭିଯୋଗକାରୀ ଜଣକ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କଲାପରେ ତାଙ୍କ ନିର୍ଦ୍ଦେଶରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ବିଶ୍ୱଭୂଷଣ ସାହାଣୀ ଅଭିଯୁକ୍ତ ଘରେ ଶୋଇଥିବାର ଖବର ପାଇ ରାତିରେ ଚଢାଉ କରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande